୧୦ରେ ବିଧାନସଭା ଘେରିବ ଛାତ୍ର କଂଗ୍ରେସ

ଆସନ୍ତା ୧୦ତାରିଖରେ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯିବ | ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଛାତ୍ର କଂଗ୍ରସ ପକ୍ଷରୁ ନିଷ୍ପତି ନିଆଯାଇଛି | ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସ ବଳ ପ୍ରୟୋଗ କରି ଛାତ୍ର କଂଗ୍ରେସର କଣ୍ଠରୋଧ କରିବା ପାଇଁ ଅପଚେଷ୍ଟା କରୁଥିବା କହିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅଗାଣତାନ୍ତ୍ରିକ ପଦକ୍ଷେପକୁ ଛାତ୍ର କଂଗ୍ରେସ ଭ୍ରୁକ୍ଷେପ କରିବ ନାହିଁ ବୋଲି ସଭାପତି ୟାସିର ନୱାଜ କହିଛନ୍ତି |

Related Posts