ହିଜାବ ମାମଲା: ସ୍ଥଗିତ ରହିଲା ଶୁଣାଣି

ହିଜାବ ମାମଲାର ଶୁଣାଣି ସ୍ଥଗିତ । ମାନ୍ୟବର କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ରାୟ କୁ ସ୍ଥଗିତ ରଖିଛନ୍ତି । ମୁସଲିମ ଛାତ୍ରୀଙ୍କ ଦ୍ବାରା କରାଯାଇଥିବା ପିଟିସନର ଶୁଣାଣି କରି ଏହାକୁ ସ୍ଥଗିତ ରଖିଛନ୍ତି କୋର୍ଟ । କର୍ଣ୍ଣାଟକ ପ୍ରି-ୟୁନିଭର୍ସିଟି କଲେଜରେ ସରକାର ହିଜାବକୁ ବ୍ୟାନ କରିବା ପରେ ଏହାକୁ ବିରୋଧ କରି ଅଦଲାତଙ୍କ ଦ୍ବାରସ୍ଥ ହୋଇଥିଲେ କଲେଜର ଛାତ୍ରୀ ।

ଶୁକ୍ରବାର ଓ ରମଜାନରେ ହିଜାବ ପିନ୍ଧିବାକୁ ହାଇକୋର୍ଟରେ ଆବେଦନ ଆଜି(ଶୁକ୍ରବାର) ମାମଲାର ଶୁଣାଣି କରି ଏହାକୁ ସ୍ଥଗିତ ରଖିଛନ୍ତି କୋର୍ଟ । ଆସନ୍ତାକାଲି(ଶନିବାର) ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ଆଡଭୋକେଟ ଜେନେରାଲ ପ୍ରଭୁଲିଂ ନଭଦଗୀ ପିଟିସନର ଜବାବ ପାଇଁ ସମୟ ମାଗିବାରୁ ଶୁଣାଣି ସ୍ଥଗିତ ରଖିଛନ୍ତି କୋର୍ଟ ।

Related Posts