ୟୁକ୍ରେନ୍‌ର ସୀମାବର୍ତ୍ତି ଅଞ୍ଚଳରେ ରୁଷ ସମର୍ଥକ ବିଦ୍ରୋହୀମାନଙ୍କ ଗୁଳିମାଡ: ଦୁଇ ଯବାନ ସହିଦ

ଅଶାନ୍ତ ୟୁକ୍ରେନରେ ଗୁଳିମାଡ଼ । ୟୁକ୍ରେନ୍‌ର ସୀମାବର୍ତ୍ତି ଅଞ୍ଚଳରେ ଗୁଳିମାଡ ହୋଇଛି। ରୁଷ ସମର୍ଥକ ବିଦ୍ରୋହୀମାନେ ଗୁଳିମାଡ କରିବା ଫଳରେ ୟୁକ୍ରେନର ଦୁଇ ଯବାନ ସହିଦ ହୋଇଥିବା ସୂଚନା ମିଳିଛି।

ପୂର୍ବ ୟୁକ୍ରେନ୍‌ର ସେନାଙ୍କ କହିବା ମୁତାବକ, ଶନିବାର ଦିନ ଏହି ଗୁଳିମାଡ ହୋଇଛି। ରୁଷର ସମର୍ଥକ ବିଚ୍ଛିନ୍ନତାବାଦୀଙ୍କ ଗୁଳିରେ ଦୁଇ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ରୁଷର ସମର୍ଥକଙ୍କ ଏଭଳି କାର୍ଯ୍ୟକଳାପ ଯୋଗୁଁ ଚଳିତ ସପ୍ତାହରେ ହିଁ ଏଠାରେ ହିଂସା ଆରମ୍ଭ ହେବା ନେଇ ଆଶଙ୍କା ସୃଷ୍ଟି କରିଛି।

ୟୁକ୍ରେନ୍‌ ସେନା ନିଜ ଫେସବୁକ୍‌ ପେଜରେ ଉଲ୍ଲେଖ କରିଛି, ଗତ ୨୪ ଘଣ୍ଟା ମଧ୍ୟରେ ୭୦ଟି ଅସ୍ତ୍ରବିରତି ଉଲ୍ଲଂଘନ ମାମଲା ରୁଜୁ ହୋଇଛି। ରୁଷ ସମର୍ଥକ ବିଦ୍ରୋହୀମାନେ ୩୦ରୁ ଅଧିକ ବସ୍ତି ଅଞ୍ଚଳରେ ପ୍ରବଳ ଗୁଳିଗୋଳା ମାଡ କରିଛନ୍ତି। ସେଠାକାର ରାଷ୍ଟ୍ରପତି ଭଲୋଡିମିର ଜେଲେଂସ୍କିଙ୍କ ଦଳର ମୁଖପାତ୍ର ଶନିବାର ଏକ ପୃଥକ ବିବୃତ୍ତିରେ କହିଛନ୍ତି ଯେ, ବିବାଦୀୟ ଅଞ୍ଚଳ ପରିଦର୍ଶନ କରୁଥିବା ସାଂସଦ ତଥା ବିଦେଶୀ ଗଣମାଧ୍ୟମର ଗୋଷ୍ଠୀ ଉପରେ ଆକ୍ରମଣ କରାଯାଇଛି। ଏହାପର ଠାରୁ ସେମାନଙ୍କୁ ସେଠାରୁ ଉଦ୍ଧାର କରି ସେଲ୍ଟର ହୋମ୍‌ରେ ରଖାଯାଇଛି।

ସେପଟେ ରୁଷ ସମର୍ଥକ ବିଦ୍ରୋହୀମାନେ ସୋଶାଲ ମିଡିଆ ସାଇଟ୍‌ ଟେଲିଗ୍ରାମରେ ୟୁକ୍ରେନର ପକ୍ଷରୁ ନିୟନ୍ତ୍ରଣ ରେଖା ଉପରେ ଗୁଳିମାଡ କରାଯାଇଥିବା ଅଭିଯୋଗ କରିଛନ୍ତି। ତାଙ୍କୁ ସେମାନଙ୍କ ଅନୁସାରେ ଏହାର ଜବାବ ଦେବାକୁ ପଡିବ ବୋଲି ରୁଷ ସମର୍ଥକ ବିଦ୍ରୋହୀମାନେ କହିଛନ୍ତି। ଚଳିତସପ୍ତାହରେ ସରକାରୀ ଦଳ ଏବଂ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ସୀମାବର୍ତ୍ତି ଅଞ୍ଚଳରେ ଗୁଳି ବିନିମୟରେ ପ୍ରବଳ ବୃଦ୍ଧି ଘଟିଛି, ଯାହାକୁ ୟୁକ୍ରେନ ସରକାର ଏହା ଯୁଦ୍ଧକୁ ଉସ୍‌କାଇବା ଭଳି ବୋଲି ବର୍ଣ୍ଣନା କରିଛନ୍ତି।

Related Posts