ଆତଙ୍କବାଦୀ ସଙ୍ଗଠନ ଜମାତ୍‌-ଉଦ୍‌-ଦ୍ୱାଓ୍ବା ମୁଖ୍ୟ ହାଫିଜ୍‌ ସୟିଦ୍‌ଙ୍କ ଘର ବାହାରେ ବିସ୍ଫୋରଣ ମାମଲା: ୪ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ତଥା ଆତଙ୍କବାଦୀ ସଙ୍ଗଠନ ଜମାତ୍‌-ଉଦ୍‌-ଦ୍ୱାଓ୍ବା(ଜେୟୁଡି) ମୁଖ୍ୟ ହାଫିଜ୍‌ ସୟିଦ୍‌ଙ୍କ ଘର ବାହାରେ ବିସ୍ଫୋରଣ କରିବା ଘଟଣାରେ ପାକିସ୍ତାନର ଲାହୋର ସ୍ଥିତ ଏକ କୋର୍ଟ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ୨୦୨୧ ଜୁନ୍‌ ୨୩ରେ ହାଫିଜ୍‌ଙ୍କ ଘର ବାହାରେ ବିସ୍ଫୋରଣ ହୋଇଥିଲା। ଏଥିରେ ସମ୍ପୃକ୍ତ ଅଞ୍ଚଳର ଅନେକ ଘର, ଦୋକାନ ଓ ଯାନବାହନ ନଷ୍ଟ ହୋଇଯାଇଥିଲା। ବିସ୍ଫୋରଣରେ ୩ ଜଣ ପ୍ରାଣ ହରାଇଥିବାବେଳେ ୨୦ ଜଣ ଆହତ ହୋଇଥିଲେ। ଆତଙ୍କବାଦ ନିରୋଧୀ ଅଦାଲତର ବିଚାରପତି ଅର୍ଶଦ ହୁସେନ୍‌ ଭୁଟ୍ଟା ଏହି ମାମଲାର ଶୁଣାଣି କରି ଆୟେଶା ବିବି ନାମ୍ନୀ ଜଣେ ମହିଳାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ତେହ୍‌ରିକ୍‌-ଇ-ତାଲିବାନ୍‌ ପାକିସ୍ତାନ (ଟିଟିପି)ର ଇଦ୍‌ ଗୁଲ୍‌, ପିଟର ପଲ୍‌ ଡେଭିଡ୍‌, ସଜାଦ୍‌ ଶାହ ଏବଂ ଜିଆ ଉଲ୍ଲାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି।

Related Posts