ମୃତ୍ୟୁ ଆଗରେ ହାର ମାନିଲା କୋଟି କୋଟି ଟଙ୍କାର ସମ୍ପତି. ପାଣି ପରି ବୋହିଗଲା ୮ କୋଟି, ତଥାପି ଜୀବନ ହାରିଲେ ସଂକ୍ରମିତ

ମୃତ୍ୟୁ ବଳବାନ | ମୃତ୍ୟକୁ ରୋକିବାର ସାହସ କାହା ପାଖରେ ନାହିଁ | କୋଟି କୋଟି ଟଙ୍କାର ଅର୍ଥ ଖର୍ଚ ସ୍ଵତେ ବଞ୍ଚିପାରିଲାଣି ଜୀବନ | ଶେଷରେ ଶେଷ ନିଶ୍ୱାସ ତ୍ୟାଗ କଲେ କରୋନା ସଂକ୍ରମିତ କୃଷକ | ତାଙ୍କ ଚିକିତ୍ସା ରେ ଆଠ ମାସରେ ୮ କୋଟି ଖର୍ଚ୍ଚ ହୋଇଛି । ଏପରିକି ତାଙ୍କ ଚିକିତ୍ସା ନିମନ୍ତେ ବିଦେଶରୁ ଆସିଥିବା ଡାକ୍ତର ମଧ୍ୟ ଫେଲ ମାରିଛନ୍ତି | ପାଣିପରି ଖର୍ଚ୍ଚ ହୋଇଛି ଟଙ୍କାପଇସା | ହେଲେ ଜୀବନ ବଞ୍ଚିଲାନି । ମଧ୍ୟପ୍ରଦେଶର ରେୱାଠାରେ ଆଠ ମାସ ପୂର୍ବେ କରୋନା ସଂକ୍ରମିତ ହୋଇଥିବା ଜଣେ ଚାଷୀଙ୍କ ଚିକିତ୍ସାରେ ପ୍ରାୟ ଆଠ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା, କିନ୍ତୁ ତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ ।

ଆଠ ମାସ ପୂର୍ବରୁ ରେୱାର ଜଣେ କୃଷକ ଧର୍ମଜୟ ସିଂ କରୋନାରେ ସଂକ୍ରମିତ ହେବାପରେ ଏପ୍ରିଲ ମାସରେ ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଫୁସଫୁସରେ ଅଧିକ ସଂକ୍ରମଣ ହେତୁ ତାଙ୍କୁ ଚେନ୍ନାଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କର ବ୍ୟୟବହୁତ ଚିକିତ୍ସା ପାଇଁ ପରିବାରର ୫୦ ଏକର ଜମି ବିକ୍ରି କରିଦେଇଛନ୍ତି । କିନ୍ତୁ ଧର୍ମଜୟଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ ।

ଲଣ୍ଡନରୁ ଆସିଥିବା ଡାକ୍ତର ବି ଫେଲ୍‌ | ଦେଶର ବହୁ ନାମୀଦାମୀ ଡାକ୍ତରଙ୍କ ବ୍ୟତୀତ ଲଣ୍ଡନର ଡାକ୍ତରମାନେ ମଧ୍ୟ ଧର୍ମଜୟଙ୍କ ଚିକିତ୍ସାରେ ପାଇଁ ନିୟୋଜିତ ହୋଇଥିଲେ । କିନ୍ତୁ ତାଙ୍କୁ ଭଲ କରିପାରିଲେ ନାହିଁ । ମଙ୍ଗଳବାର ରାତିରେ ଧର୍ମଜୟଙ୍କର ମୃତ୍ୟୁ ହୋଇଥିଲା । ଧର୍ମଜୟ ରାଜ୍ୟର ଜଣେ ପ୍ରଗତିଶୀଳ କୃଷକ ଭାବରେ ଜଣାଶୁଣା । ମଧ୍ୟପ୍ରଦେଶର ବିନ୍ଧ୍ୱ ଅଞ୍ଚଳରେ ଗୋଲାପ ଏବଂ ଷ୍ଟ୍ରବେରି ଚାଷ କରି ସେ ନିଜର ବିଶେଷ ପରିଚୟ ସୃଷ୍ଟି କରିଥିଲେ। ୨୬ ଜାନୁଆରୀ ୨୦୨୧ମସିହାରେ ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଧର୍ମଜୟଙ୍କୁ ଶ୍ରେଷ୍ଠ ଚାଷୀ ଭାବେ ସମ୍ମାନିତ କରିଥିଲେ ।

ପ୍ରତିଦିନ ଖର୍ଚ୍ଚ ହେଉଥିଲା ତିନି ଲକ୍ଷ ଟଙ୍କା | ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଧର୍ମଜୟଙ୍କ ଅବସ୍ଥା କ୍ରମାଗତ ଭାବେ ବିଗିଡି ଯାଉଥିଲା । ଧର୍ମଜୟଙ୍କ ବଡ ଭାଇ ପ୍ରଦିପ ସିଂଙ୍କ ଅନୁସାରେ ତାଙ୍କ ଚିକିତ୍ସାରେ ପ୍ରାୟ ୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏବଂ ଏଥିପାଇଁ ସେ ତାଙ୍କର ୫୦ ଏକର ଜମି ମଧ୍ୟ ବିକ୍ରି କରିଛନ୍ତି । ତାଙ୍କ ଚିକିତ୍ସା ପାଇଁ ଦିନକ ତିନି ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା । ତଥାପି ଭାଇ ବଞ୍ଚିଲାନି କହି ସେ ଦୁଃଖ ପ୍ରକାଶ କରିଛନ୍ତି । ଧର୍ମଜୟଙ୍କ ଚିକିତ୍ସା ପାଇଁ ସରକାର ଚାରି ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ।

Related Posts