ଆସନ୍ତା ୧୪ରେ ଉତକ୍ଷେପଣ ହେବ PSLV-C52 : ଇସ୍ରୋ

ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହେବ PSLV-C52 | ଆସନ୍ତା ୧୪ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) PSLV-C52କୁ ଲଞ୍ଚ କରିବା ନେଇ ଗତକାଲି (ମଙ୍ଗଳବାର) ISRO ପକ୍ଷରୁ ସୂଚନା ଦିଆଯାଇଛି । ଏହା ୨୦୨୨ରେ ISROର ପ୍ରଥମ ଉତକ୍ଷେପଣ ଅଟେ । ଏହି ଅଭିଯାନରେ ୧୭୧୦ କିଲୋଗ୍ରାମର ଉପଗ୍ରହକୁ ପୃଥିବୀ ପୃଷ୍ଠରୁ ୫୨୯ କିଲୋମିଟର ଉଚ୍ଚତାରେ ସୂର୍ଯ୍ୟର ଧ୍ରୁବ କକ୍ଷରେ ଅବସ୍ଥାପିତ କରାଯିବ ।

ଇସ୍ରୋର ସୂଚନାଅନୁସାରେ, EOS-04 ଏକ ରାଡାର ଉନ୍ନତ ସାଟେଲାଇଟ ଅଟେ। ସବୁ ପାଣିପାଗରେ ଏହି ସାଟେଲାଇଟ କୃଷି, ଜଙ୍ଗଲ ଏବଂ ବୃକ୍ଷରୋପଣ, ମୃତ୍ତିକା ଏବଂ ଜଳବିଜ୍ଞାନ ଏବଂ ବନ୍ୟାର ଉଚ୍ଚ ଗୁଣବତ୍ତାର ଫଟୋ ଉତ୍ତୋଳନ କରି ପାରିବ । ପିଏସଏଲଭି ରକେଟ୍ ଜରିଆରେ ମହାକାଶକୁ ଦୁଇଟି ଛୋଟ ସାଟେଲାଇଟ୍ ପଠାଯିବ । ଏଥିରୁ ଗୋଟିଏ ଉପଗ୍ରହ INSPIREsat-1କୋଲରାଡୋ ବିଶ୍ଵ ବିଦ୍ୟାଳୟରେ ବାୟୁମଣ୍ଡଳୀୟ ଏବଂ ଅନ୍ତରୀକ୍ଷ ପ୍ରୟୋଗଶାଳାର ସହଯୋଗରେ ବିକଶିତ କରାଯାଇଛି ।

ଅଗଷ୍ଟରେ ଉତ୍‌କ୍ଷେପଣ ହେବ ଚନ୍ଦ୍ରଯାନ-୩ଅନ୍ୟ ଉପଗ୍ରହ INS-2TD ଭାରତ-ଭୂଟାନର ମିଳିତ ପ୍ରୟାସରେ ତିଆରି ହୋଇଛି ।ପ୍ରକ୍ଷେପଣ ପ୍ରାଧୀକରଣ ବୋର୍ଡ ଦ୍ଵାରା ଉତକ୍ଷେପଣ ପାଇଁ ମଞ୍ଜୁରୀ ମିଳିବା ପରେ ମିଶନର ଓଲଟା ଗଣତି ଆରମ୍ଭ ହେବ। ଗତ ବର୍ଷ ଯାନ୍ତ୍ରିକ ତ୍ରୁଟି କାରଣରୁ ଆର୍ଥ ଅବଜରଭେସନ ସାଟେଲାଇଟ୍(EOS-03)କୁ ମହାକାଶର କକ୍ଷ ପଥରେ ଅବସ୍ଥାପିତ କରାଯାଇ ପାରିନଥିଲା ।

Related Posts