ଓଡ଼ିଆ ପୁଅ ଚଣ୍ଡୀପ୍ରସାଦ ମହାନ୍ତି ହୋଇପାରନ୍ତି ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ! ଜୋର ଧରିଛି ଚର୍ଚ୍ଚା

ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍‍ ବିପିନ ରାୱତ୍‍ଙ୍କ ମୃତ୍ୟୁ ପରେ ଏବେ ସ୍ଥଳସେନା ମୁଖ୍ୟ କିଏ ହେବ ଏନେଇ ଜୋର ଧରିଛି ଚର୍ଚା | ତେବେ ଏହି ପଦବୀର ଦାଇତ୍ୱ ଭାରତୀୟ ସେନାର ୪୨ତମ ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ପ୍ରଥମ ଓଡ଼ିଆ ତଥା ଜଗତସିଂହପୁର ମାଟିର ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ହେବା ନେଇ ଚର୍ଚ୍ଚା ହୋଇଛି | ଏ ସମ୍ପର୍କରେ କେନ୍ଦ୍ର କ୍ୟାବିନେଟରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିବା ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି |

ଏହି ପଦବୀ ପାଇଁ ନର୍ଦର୍ଣ୍ଣ କମାଣ୍ଡାଣ୍ଟଣ୍ଟଲେଫ୍ଟନାଣ୍ଟଣ୍ଟଜେନେରାଲ ୱାଇକେ ଯୋଶୀ ମଧ୍ୟ ଦୌଡ଼ରେ ଥିବା ଜଣାପଡ଼ିଛି। ଉଭୟ ଗୋଟିଏ ବ୍ୟାଚର ହୋଇଥିଲେ ମଧ୍ୟ ନରବଣେଙ୍କ ପରେ ବରିଷ୍ଠତା ଦୃଷ୍ଟିରୁ ଚଣ୍ଡିପ୍ରସାଦଙ୍କ ନାମ ଆଗରେ ରହିଛି। ବାସ୍ତବ ନିୟନ୍ତ୍ରଣ ରେଖାରେ ସୈନ୍ୟ ପରିଚାଳନାରେ ଯଥେଷ୍ଟ ଅଭିଜ୍ଞତା ଥିବା ଦୃଷ୍ଟିରୁ ଜେନେରାଲ ଚଣ୍ଡିପ୍ରସାଦଙ୍କ ସେନାମୁଖ୍ୟ ହେବାରେ ଅଧିକ ଦାବିଦାର ବୋଲି ମନେ କରାଯାଉଛି।

Related Posts