କରିନା, ଅମ୍ରିତାଙ୍କ ପରେ ଆଉ ଦୁଇ ବଲିଉଡ ଅଭିନେତ୍ରୀଙ୍କୁ କରୋନା

ବଲିଉଡରେ ପଶିଲା କରୋନା । ଗତକାଲି ବଲିଉଡ ର ଦୁଇ ଅଭିନେତ୍ରୀ କରୀନା କପୁର ଓ ଅମ୍ରିତା ଅରୋରା କରୋନା ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଥିଲା | ତେବେ ଏବେ ପୁଣି ଆଉ ଦୁଇ ଜଣ ଅଭିନେତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି | ଏମାନେ ହେଲେ କରୀନାଙ୍କ ଘନିଷ୍ଠ ବାନ୍ଧବୀ ସୀମା ଖାନ୍ ଓ ମାହିପ୍ କପୁର । ଏହାପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟ୍ରାକ୍ କରିବା ଜାରି ରହିଛି ।

ସୀମା ଖାନ୍ ଓ ମାହିପଙ୍କ ଠାରେ କରୋନାର ହାଲକା ଲକ୍ଷଣ ଦେଖାଦେଇଥିବାବେଳେ ଦୁହେଁ ଟେଷ୍ଟିଂ କରିନେଇଥିଲେ । ଏଥିରେ ରିପୋର୍ଟ ପଜିଟିଭ ଆସିଛି । ତେବେ ଏମାନେ ପୂର୍ବରୁ ଏକ ପାର୍ଟିରେ ଯୋଗ ଦେଇଥିବାରୁ ଏମାନଙ୍କୁ ସୁପରସ୍ପ୍ରେଡର କୁହାଯାଉଛି ଓ ବଲିଉଡରେ ଏକରକମ୍ ଛନକା ପଶିଛି । ଏପରିକି କରୋନାଙ୍କ ବାସଭବନକୁ ସିଲ କରିଦେଇଛି ବୃହନ ମୁମ୍ବାଇ କର୍ପୋରେସନ୍ ।

Related Posts