କୋଟିଆରେ ଖୋଲିବ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ: ରାଜ୍ୟ ସରକାର

କୋଟିଆ ମୋହ ଛାଡ଼ିପାରୁନି ଆନ୍ଧ୍ର | ଓଡ଼ିଶା ପ୍ରଶାସନର କଡ଼ା ପଦକ୍ଷେପ ବି କାଟୁ କରୁନି | ଯାହାକି ଓଡ଼ିଶା ସରକାରର ମୁଣ୍ଡ ବିନ୍ଧାର କାରଣ ପାଲଟିଛି | ତେବେ କୋଟିଆର ଉନ୍ନତିକରଣ କାର୍ଯ୍ୟ କରିବା ଲାଗି ଅଂଟା ଭିଡିଛି ଓଡିଶା |

ତେବେ କୋଟିଆରେ ଉନ୍ନତିକରଣ କାର୍ଯ୍ୟ ଚାଲିଥିବା ବେଳେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ ଖୋଲିବା ନେଇ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଆନ୍ଧ୍ର ମୁହାଁ ହେଉଥିବା ଛାତ୍ରଛାତ୍ରୀଙ୍କୁ ଆଦର୍ଶ ବିଦ୍ୟାଳୟରେ ଇଂରାଜୀ ମାଧ୍ୟମରେ ପାଠ ପଢିବାକୁ ସୁବିଧା ମିଳିବ ବୋଲି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପଟାଙ୍ଗି ବ୍ଲକ୍ ଅନ୍ତର୍ଗତ କୋଟିଆ ନିକଟବର୍ତ୍ତୀ ଗାଁ ଗୁଡିକର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ଗଂଜେଇ ପଦରରେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ ଖୋଲାଯିବ। ଏଥିରେ ପିଲାମାନଙ୍କୁ ସିବିଏସସି ପାଠ୍ୟକ୍ରମରେ ପାଠ ପଢ଼ାଯିବ। ତେଲୁଗୁ ଭାଷାରେ ପାଠ ପଢିବାକୁ ଆନ୍ଧ୍ର ମୁହାଁ ହେଉଥିବା ଛାତ୍ରଛାତ୍ରୀଙ୍କୁ ଆଦର୍ଶ ବିଦ୍ୟାଳୟରେ ଇଂରାଜୀ ମାଧ୍ୟମରେ ପାଠ ପଢିବାକୁ ସୁବିଧା ମିଳିବ।

Related Posts