ଜମ୍ମୁ-କାଶ୍ମୀରର ମାତା ବୈଷ୍ଣୋ ଦେବୀ ବିଶ୍ୱବିଦ୍ୟାଳୟ ବନ୍ଦ | ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ କୋଭିଡ୍ ସଂକ୍ରମଣ ହେବା କାରଣରୁ ବନ୍ଦ କରିଦିଆଯାଇଛି । ଏଠାରେ ୧୩ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ପରେ ଏନେଇ କଲେଜ୍ କୁ ବନ୍ଦ କରିଦିଆଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍ ଚରଣଦୀପ ସିଂହ ।

ଡିସେମ୍ବର ୩୧ ତାରିଖ ଦିନ ଛାତ୍ରଛାତ୍ରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ଏଥିରେ ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଦେଶରେ କୋଭିଡ୍ ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଏହାର ନୂତନ ଭାରିଆଣ୍ଟ୍ ଜନିତ ସଂକ୍ରମଣ ବୃଦ୍ଧି ପାଉଛି । ମୁମ୍ବାଇରେ ଏକ ସପ୍ତାହ ମଧ୍ୟରେ ସଂକ୍ରମଣ ୫୫ ପ୍ରତିଶତ ବୃଦ୍ଧି ପାଇଛି । ସେପଟେ ନୂଆ ଭାରିଆଣ୍ଟ କେସ୍ ୧୫ ଶହ ପାର କରିଛି । ସାରା ଦେଶରୁ ଚିହ୍ନଟ ହେଲେଣି ୧୫ଶହ ୨୫ ଓମିକ୍ରନ୍ ସଂକ୍ରମିତ । କେବଳ ମହାରାଷ୍ଟ୍ର ଓ ଦିଲ୍ଲୀରୁ ମୋଟ୍ ଆକ୍ରାନ୍ତଙ୍କ ଅଧାରୁ ଅଧିକ ବାହାରିଛନ୍ତି ।