ଘୁଞ୍ଚିଲା ସାହିଦ୍ କପୁରଙ୍କ ଅଭିନୀତ ‘ଜର୍ସି’ ଚଳଚ୍ଚିତ୍ରର ରିଲିଜ୍ ତାରିଖ, ଜାଣନ୍ତୁ କାହିଁକି

ଓମିକ୍ରନର ଭୟକୁ ନେଇ ଘୁଞ୍ଚିଲା ସାହିଦ୍ କପୁରଙ୍କ ଅଭିନୀତ ‘ଜର୍ସି’ ଚଳଚ୍ଚିତ୍ର। ଡିସେମ୍ବର ୩୧ ତାରିଖ ଦିନ ରିଲିଜ୍ ହେବାର ଥିଲା ଏହି ଚଳଚ୍ଚିତ୍ର । ମାତ୍ର ବିଭିନ୍ନ ରାଜ୍ୟର ସରକାର ନାଇଟ୍ କର୍ଫ୍ୟୁ ଲାଗୁ କରିଥିବା ବେଳେ କେତେକ ରାଜ୍ୟର ସରକାର ୫୦ ପ୍ରତିଶତ ଦର୍ଶକଙ୍କ ସହ ସିନେମା ହଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି । ବିଭିନ୍ନ ରାଜ୍ୟ ସରକାରଙ୍କ ଏପରି କଟକଣା ଯୋଗୁଁ ଚଳଚ୍ଚିତ୍ର ରିଲିଜ୍ କଲେ ବ୍ୟବସାୟ କ୍ଷତିଗ୍ରସ୍ତ ହେବ ବୋଲି ନିର୍ମାତାମାନେ ଭାବୁଛନ୍ତି । ତେଣୁ ‘ଜର୍ସି’ ଚଳଚ୍ଚିତ୍ର ନିର୍ମାତା ଡିସେମ୍ବର ୩୧ ତାରିଖ ରିଲିଜ୍ ହେବାକୁ ଥିବା ଜର୍ସି ଚଳଚ୍ଚିତ୍ରକୁ ନିର୍ଦ୍ଧାରିତ ତାରିଖ ଦିନ ରିଲିଜ୍ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ‘ଜର୍ସି’ର ନିର୍ମାତା ପୁଣି କେତେ କାରିଖ ‘ଜର୍ସି’ ରିଲିଜ୍ ହେବ ସେ ବିଷୟରେ କୌଣସି ସୂଚନା ଦେଇ ନାହାନ୍ତି ।

‘ଜର୍ସି’ କ୍ରିକେଟ ଆଧାରିତ ଏକ ଚଳଚ୍ଚିତ୍ର ଅଟେ । ଏହା ୨୦୧୯ ମସିହାରେ ତେଲୁଗୁରେ ରିଲିଜ୍ ହୋଇଥିବା ‘ଜର୍ସି’ ଚଳଚ୍ଚିତ୍ରର ରିମେକ୍ ଅଟେ ।

Related Posts