ରାଉରକେଲା: ରାଉରକେଲାରେ ଡବଲ୍ ଏନକାଉଣ୍ଟର ହୋଇଛି। ତୋଫାନ ବିନ୍ଧାଣୀ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ରାଉରକେଲା ପୋଲିସ ଏନକାଉଣ୍ଟର କରିଛି। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଥିବାବେଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଦ୍ୱୟ ହେଲେ ଚୁନୁ ହରିପା ଏବଂ ସୁଶାନ୍ତ ନାୟକ। ଶୁକ୍ରବାର-ଶନିବାର ରାତିରେ ଏନକାଉଣ୍ଟର ଘଟିଛି ।

ଗତ ଜୁନ୍ ୧୬ରେ ସେକ୍ଟର ୭ଥାନା ଅନ୍ତର୍ଗତ ସେକ୍ଟର-୬ ପାଖ ସ୍କୁଲ ପାଖରେ ଦିନ ଦିପହରେ ୯ ଜଣ ନିଶା ଗୋଲଘର ରାମେଶ୍ବରପାଲି ବସ୍ତିର ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି)ରେ ହେଲ୍‌ପର ଭାବେ କାମ କରୁଥିବା ମାଫିଆ ତୋଫାନି ବିନ୍ଧାଣୀଙ୍କୁ ନେଇ ତଣ୍ଟି କାଟି ହତ୍ୟା କରିଥିଲେ। ଏହି ଘଟଣାରେ ଅନ୍ୟଜଣେ ସାଙ୍ଗ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି। ଘଟଣା ଘଟାଇବା ପରେ ୯ ଅପରାଧୀ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏହା ପରେ ରାଉରକେଲା ପୋଲିସ ୫ଟି ଟିମ୍ ଗଠନ କରିଥିଲା। ତେବେ ଗତ କାଲି ବିଳମ୍ବିତ ରାତିରେ ଦୁଇ ଅପରାଧୀ ଝିରାପାନି ଅଞ୍ଚଳରେ ଲୁଚି ଥିବା ଖବର ପାଇ ପୋଲିସ ପହଞ୍ଚି ଥିଲା।  ପୋଲିସର ଉପସ୍ଥିତ ଜାଣି ପାରି ଦୁଇ ଅପରାଧୀ ସୁଶାନ୍ତ ନାୟକ (୨୫) ଓରଫ ନାଣ୍ଡୁ, ଚିନୁ ହରୀପା (୩୨) ଖସି ପଳାଇ ଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୋଲିସ ଏନକାଉଣ୍ଟର କରି ଦୁଇ ଜଣ କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ସେମାନଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଖୁବଶୀଘ୍ର ସବୁ ଅପରାଧୀ ଘର ଉପରେ ବୁଲଡୋଜର ଲଗାଇ ଭଙ୍ଗା ଯିବା ପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତି କରୁଥିବା ସୂଚନା ମିଳିଛି। ଏହାସହିତ ଅନ୍ୟମାନେ ଖୁବ ଶୀଘ୍ର ଧରାପଡ଼ିବେ ବୋଲି ଅନୁମାନ କରାଯାଉଛି।