ସମ୍ବଲପୁର(ସତ୍ୟପାଠ ବ୍ୟୁରୋ): ଧନୁପାଲି ଥାନା ଅନ୍ତର୍ଗତ ରାଜା ନଗର ଅଂଚଳରେ କୌଶଳ ଅନସାରୀଙ୍କ ଘରୁ ଚୋରି ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ହେଲେ ବିହାର ରାଜ୍ୟ ର ସଦାରେ ନଦାଫ (୧୯) l ସୂଚନାଯୋଗ୍ୟ ଯେ, ମଙ୍ଗଳବାର କୌଶଳଙ୍କର ପରିବାର ଲୋକେ କୌଣସି କାର୍ଯ୍ୟରେ ଘରେ ତାଲା ପକାଇ କେଉଁଆଡେ ଯାଇଥିଲେ l ଫେରିଲା ପରେ ଦେଖି ଜାଣିବାକୁ ପାଇଲେ ଯେ, କବାଟ ଭଙ୍ଗା ଯାଇ ଘରୁ ଚୋରି ହୋଇଯାଇଛି l ଦିନ ଦ୍ବିପ୍ରହରରେ ଏଭଳି ଚାରି ହୋଇଥିବାବେଳେ ଏହି ବାବଦରେ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ l ସେହି ଅଭିଯୋଗକୁ ଆଧାର କରି ୨୩୮/୨୦୨୬ ଏକ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଥିଲା l ତଦନ୍ତ ସମୟରେ ଆଖ ପାଖରେ ଲାଗିଥିବା ସିସି ଟିଭି ଯାଞ୍ଚ କରିଥିଲା ପୋଲିସ l ପରେ ଧନୁପାଲି ଅଂଚଳରୁ ଅଭିଯୁକ୍ତ ସାଦେରକୁ ଗିରଫ କରାଯାଇଥିଲା ବୋଲି ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ ସୂଚନା ଦେଇଛନ୍ତି l ଗିରଫ ସମୟରେ ଅଭିଯୁକ୍ତ ଙ୍କ ପାଖରୁ ୨ ଟି ରୁପା ପାଉଁଜି, ୪ ଟି ଛୋଟ ପାଉଁଜି, ୨ ଟି ସୁନା କାନ ଫୁଲ, ୨ଟି ରୁପା ଚେନ, ଗୋଟିଏ ସୁନା ମଙ୍ଗଳ ସୂତ୍ର ଲକେଟ, ୨ଟି ମୋବାଇଲ ଫୋନ ଓ ନଗଦ ୪ ହଜାର ୩୦୦ ଟଙ୍କା ଜବତ କରାଯାଇଛି ବୋଲି ଶ୍ରୀ ମହାକୁଡ଼ କହିଛନ୍ତି l ପୋଲିସ ଏହି ଚୋରି ଘଟଣା ରେ ଆଉ କେହି ଅଭିଯୁକ୍ତ ଅଛନ୍ତି କି ବୋଲି ତଦନ୍ତ ଜାରି ରଖିଛି l ଗିରଫ କଲାପରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି l