ଦିଲ୍ଲୀର ତିହାର ଜେଲ୍‌ରେ କଏଦୀ ମଡ଼କ ଚାଲିଛି | ଗତ ୮ ଦିନ ମଧ୍ୟରେ ୫ ଜଣ କଏଦୀଙ୍କ ମୃତ୍ୟୁ ହେଲାଣି | ଏନେଇ ଜେଲ ପ୍ରଶାସନର ଚିନ୍ତା ବଢ଼ିଚାଲିଥିବା ବେଳେ, କଏଦୀଙ୍କ ମୃତ୍ୟୁ ନେଇ ନାନା ଆଶଙ୍କା ଦେଖା ଦେଇଛି | ଏହି ମୃତ୍ୟୁ ମାମଲାର ତଦନ୍ତ ସିପିଆର୍‌ସି ୧୭୬ ଧାରା ଅନ୍ତର୍ଗତ ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା କରାଯାଉଛି।

ଜେଲ୍‌ ନମ୍ବର ୩ରେ ଜଣେ କଏଦୀଙ୍କର ମୃତ୍ୟୁ ଘଟିଛି। ସେ ନିଜ ସେଲ୍‌ରେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦିଲ୍ଲୀର ତିହାର ଜେଲ ଦେଶର ସବୁଠାରୁ ସୁରକ୍ଷିତ ଜେଲ ମଧ୍ୟରୁ ଗୋଟିଏ। ଏଠାରେ କଏଦୀଙ୍କର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।