ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପରେ ଏବେ କରୋନା କବଳରେ ବିଜେପି ସାଂସଦ ମନୋଜ ତିଓ୍ୱାରୀ

ବଢୁଛି କରୋନା ସଂକ୍ରମଣ | କରୋନା କବଳରେ ପୁଣି ରାଜନେତା | ଆଗକୁ ନିର୍ବାଚନ ଆସୁଥିବା ବେଳେ, ରାଜନେତାଙ୍କୁ କରୋନା ହେବା ଏବେ ଚିନ୍ତାରେ ପକାଇଦେଇଛି | ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପରେ କରୋନା ସଂକ୍ରମିତ ହୋଇଛନ୍ତି ବିଜେପି ସାଂସଦ ମନୋଜ ତିଓ୍ୱାରୀ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ମନୋଜ ତିଓ୍ୱାରୀ ।

ସେ ଲେଖିଛନ୍ତି, ଜାନୁଆରୀ ୨ ତାରିଖ ରାତିରୁ ଅସୁସ୍ଥତା ଅନୁଭବ କରିଥିଲେ । ସାମାନ୍ୟ ଜ୍ୱର ହୋଇଥିଲା । ଏଥିପାଇଁ ଉତ୍ତରାଖଣ୍ଡ-ରୁଦ୍ରପୁର ପ୍ରଚାରରେ ଯାଇ ପାରି ନଥିଲେ । କୋଭିଡ୍ ଟେଷ୍ଟିଂ ପରେ ରିପୋର୍ଟ ପଜିଟିଭ୍ ଆସିଛି ।

ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ଙ୍କୁ କରୋନା। ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଏବେ ହୋମ୍ ଆଇସୋଲେସନରେ ଥିବା ବେଳେ, ତାଙ୍କ ପାଖରେ କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଦେଇଛି । ନିକଟ ଅତୀତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କୋଭିଡ୍ ଟେଷ୍ଟ କରାଇବା ସହ ଆଇସୋଲେଟ୍ ହେବାକୁ କହିଛନ୍ତି କେଜ୍ରିଓ୍ୱାଲ୍ ।

Related Posts