ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କରୋନା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ଙ୍କୁ କରୋନା। ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଏବେ ହୋମ୍ ଆଇସୋଲେସନରେ ଥିବା ବେଳେ, ତାଙ୍କ ପାଖରେ କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଦେଇଛି ।

ନିକଟ ଅତୀତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କୋଭିଡ୍ ଟେଷ୍ଟ କରାଇବା ସହ ଆଇସୋଲେଟ୍ ହେବାକୁ କହିଛନ୍ତି କେଜ୍ରିଓ୍ୱାଲ୍ ।

ପଞ୍ଜାବ ଓ ଗୋଆରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିଥିଲେ କେଜ୍ରିଓ୍ୱାଲ୍ । ଏସବୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆପ୍ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ । ସରକାରୀ ଓ ଦଳୀୟ କାର୍ୟ୍ୟ ପାଇଁ ବାହାରକୁ ଯିବା ବେଳେ ସେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । କେଜ୍ରିଓ୍ୱାଲ୍ ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି କି ନାହିଁ ଜାଣିବା ପାଇଁ ତାଙ୍କ ନମୁନାକୁ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଦିଲ୍ଲୀରେ ଏବେ କରୋନା ସଂକ୍ରମଣ ବ୍ୟାପୁଛି । ଦୈନିକ କେସ୍ ବଢୁଛି । ସେହିପରି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବି ଲଗାତାର ବଢ଼ିବାରେ ଲାଗିଛି ।

ପ୍ରକାଶ ଥାଉ କି ଦିଲ୍ଲୀରେ ଉପରମୁହାଁ ରହିଛି କୋରୋନା ଗ୍ରାଫ । ଗତ ୨୪ ଘଣ୍ଟା ଭିତରେ ଦିଲ୍ଲୀରେ ୪ ହଜାର ପାର ହୋଇଛି ଦୈନିକ ସଂକ୍ରମଣ ମାମଲା । ବର୍ତ୍ତମାନ ଦିଲ୍ଲୀରେ ୧୦ ହଜାର ପରେ ସକ୍ରିୟ ମାମଲା ରହିଛି । ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୭ହଜାର ୩୭୯ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩୩ହଜାରରୁ ଅଧିକ । ଅର୍ଥାତ୍ ଗତକାଲି ଅପେକ୍ଷା ୨୪ ଘଣ୍ଟାରେ ସଂକ୍ରମଣ ୧୦ ପ୍ରତିଶତ ବଢ଼ିଛି ।

Related Posts