ପୁରୀ ସହରକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍, ହୋଟେଲର ୨ ଜଣ କର୍ମଚାରୀ ଓ ଜଣେ ପର୍ଯ୍ୟଟକ ଓମିକ୍ରନ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ, ପୁୂଣି ଥରେ ରାଜ୍ୟକୁ ଫେରିଛି କଣ୍ଟେନମେଣ୍ଟଜୋନ୍ ଓ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ | ପୁରୀ ସହରକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ | ପୌରସଂସ୍ଥାର ୧୧ ନମ୍ବର ୱାର୍ଡ଼ର ହୋଟେଲ ସୋନା ଇଂଟରନ୍ୟାସନାଲ ଓ ତାର ଆଖାପାଖ ଅଂଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ରବିବାର ଦିନ ୩ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏକ ହୋଟେଲର ୨ ଜଣ କର୍ମଚାରୀ ଓ ଜଣେ ପର୍ଯ୍ୟଟକ ଓମିକ୍ରନ ଚିହ୍ନଟ ପରେ ନିଆଯାଇଛି ପଦକ୍ଷେପ। ହୋଟେଲ ସଂଲଗ୍ନ ଅଞ୍ଚଳରେ ଏହି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ହୋଟେଲର ସମସ୍ତ ଅଞ୍ଚଳରେ ଯାତାୟତ ବନ୍ଦ କରିଦିଆଯାଇଛି।

ଜାନୁଆରୀ ୩ ତାରିଖ ସକାଳ ୭ଟାରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ବଳବତର ରହିବ । ଏହି ଅଂଚଳର ଲୋକମାନେ ବାହାରକୁ ବୁଲାବୁଲି କରିବାକୁ ବାରଣ କରାଯାଇଛି । ଦୋକାନ ବଜାର ବନ୍ଦ ରହିବା ସହ ଅତ୍ୟବଶ୍ୟକୀୟ ସାମଗ୍ରୀ ବିଭିନ୍ନ ଟିମ୍ ଜରିଆରେ ପଠାଇବାକୁ ପୁରୀ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Related Posts