ପୌର ନିର୍ବାଚନ: ଆସନ୍ତା ୧୦ରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନର

ପୌର ନିର୍ବାଚନକୁ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି | ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୂତି ଆରମ୍ଭ ହୋଇଥିବା ବେଳେ, ଆସନ୍ତା ୧୦ ତାରିଖରେ ୱାର୍ଡ ଏବଂ ବୁଥ୍ ଅନୁଯାୟୀ ଭୋଟର ତାଲିକା ପ୍ରକାଶ ପାଇବା | ଏନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

ଗୀତଗୋବିନ୍ଦ ସଦନ ସଭାଗୃହରେ ଅନୁଷ୍ଠିତ ହେବ ବୈଠକ | ଏହି ବୈଠକରେ ଭୋଟର କାର୍ଡ ସଂଶୋଧନ ସହ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ନେଇ ରାଜନୈତିକ ଦଳ ଗୁଡିକ ସହ ଆଲୋଚନା କରାଯିବ । ବୈଠକରେ ପ୍ରତେକ ରାଜନୈତିକ ଦଳର ଜଣେ ଲେଖାଏଁ ପ୍ରତିନିଧି ଯୋଗଦେବାକୁ ନିବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ।

ତେବେ ପଂଚାୟତ ନିର୍ବାଚନ ବାଲଟ ପେପରରେ କରିବାକୁ ନିଷ୍ପତି ନିଆଯାଇଥିବା ବେଳେ ପୌର ନିର୍ବାଚନ ଇଭିଏମ୍ ମେସିନର ବ୍ୟବହାର କରାଯିବ । ଏଥିପାଇଁ ସବୁ ଜିଲ୍ଲାକୁ ଇଭିଏମ ମେସିନ୍ ପଠା ସରିଛି |

Related Posts