ପୌର ନିର୍ବାଚନ: ମେୟର-ଅଧ୍ୟକ୍ଷଙ୍କ ପାଇଁ ହଳଦିଆ, କାଉନସିଲର-କର୍ପୋରେଟରଙ୍କ ପାଇଁ ଗୋଲାପି ରଙ୍ଗର ବାଲାଟ୍ ପେପର

ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର୍ ଧରିଥିବା ବେଳେ, ବାଲାଟ୍ ପେପେର ର ରଙ୍ଗ ଏବେ ସାମ୍ନା କୁ ଆସିଛି । ମେୟର-ଅଧ୍ୟକ୍ଷଙ୍କ ନିର୍ବାଚନ ପାଇଁ ହଳଦିଆ ରଙ୍ଗର ଓ କାଉନସିଲର-କର୍ପୋରେଟରଙ୍କ ନିର୍ବାଚନ ନିମନ୍ତେ ଗୋଲାପୀ ରଙ୍ଗର ବାଲାଟ୍ ପେପର ଉପଯୋଗ ହେବ ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ନିର୍ବାଚନ କମିଶନର ଆଗାମୀ ପୌର ନିର୍ବାଚନ ପାଇଁ ଦୁଇଟି ରଙ୍ଗର ବାଲାଟ ପେପର ନିର୍ଦ୍ଧାରଣ କରିଛନ୍ତି । କେବଳ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମକୁ ବାଦ୍ ଦେଲେ ଅନ୍ୟ ସମସ୍ତ ୧୦୭ଟି ପୌର ପରିଷଦ ଓ ଏନଏଏସିରେ ଉପଯୋଗ ହେବାକୁ ଥିବା ବାଲାଟ୍ ପେପର ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସ୍ଥାନୀୟସ୍ତରରେ ଛାପିବେ । ଏହି ୩ଟି ମହାନଗର ନିଗମରେ ଉପଯୋଗ ହେବାକୁ ଥିବା ବାଲାଟ୍ ପେପରକୁ ରାଜ୍ୟ ସରକାରୀ ପ୍ରେସ୍‌ରେ ଛପାଯିବ । କର୍ପୋରେଟ-କାଉନସିଲରଙ୍କ ପାଇଁ ଗୋଲାପୀ ଓ ମେୟର-ଅଧ୍ୟକ୍ଷଙ୍କ ପାଇଁ ହଳଦିଆ ବାଲାଟ୍ ପେପର ରହିବ । ନିର୍ବାଚନ ସମୟରେ ପ୍ରତ୍ୟେକ ବୁଥରେ ୨ଟି ଇଭିଏମ୍ ମେସିନ ରହିବ । ଯେଉଁଥିରେ ଗୋଟିଏ କାଉନସିଲର ଅବା କର୍ପୋରେଟରଙ୍କ ପାଇଁ ଅନ୍ୟଟି ଅଧ୍ୟକ୍ଷ ଅବା ମେୟରଙ୍କ ନିମନ୍ତେ ଉଦ୍ଦିଷ୍ଟ ରହିବ ।

Related Posts