ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁରେ ସିକ୍କିମରେ ସଡ଼କ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ ହୋଇଛି ସିକ୍କିମର ସୋମଗୋ ହ୍ରଦ ଏବଂ ନାଥୁଲା ସୀମାକୁ ରାଜଧାନୀ ଗ୍ୟାଙ୍ଗଟକ ସହିତ ସଂଯୋଗ କରୁଥିବା ରାସ୍ତା | ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କ ଦ୍ୱାରା ନୂତନ ଭାବେ ନିର୍ମିତ ଏହି ରାସ୍ତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଛି।

ନାଥୁଲା ସୀମାକୁ ଗ୍ୟାଙ୍ଗଟକ ସହିତ ସଂଯୋଗ କରୁଥିବା ପୁରୁଣା ମାର୍ଗର ନାମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନାମରେ ନାମିତ ହୋଇଛି | ଏହି ରାସ୍ତାର ଲମ୍ବ ୧୯.୫୧ କିଲୋମିଟର ରହିଛି।

Related Posts