ଅର୍ଜୁନ କପୁର ଓ ତାଙ୍କ ଭଉଣୀ ଅଂଶୁଲା କରୋନା ପଜିଟିଭ୍ ଚିହ୍ନଟ

ବଲିଉଡ଼ ଅଭିନେତା ଅର୍ଜୁନ କପୁର ଓ ତାଙ୍କ ଭଉଣୀ ଅଂଶୁଲାଙ୍କୁ କରୋନା | ଉଭୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଦୁଇଜଣ କ୍ୱାରେଣ୍ଟାଇନରେ ରହିଛନ୍ତି । ତେବେ ଅର୍ଜୁନ ଙ୍କ ରିପୋର୍ଟ ପଜିଟିଭଏ ଆସିବା ପରେ ଏବେ ମଲାଇକା ଅରୋରାଙ୍କ ମଧ୍ୟ ପୁଣି କରୋନା ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି । ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତି କରୋନା ଟେଷ୍ଟ କରିବା ପାଇଁଁ ଉଭୟ ଅପିଲ କରିଛନ୍ତି ।

ନିକଟରେ ଅର୍ଜୁନ କପୁର ତାଙ୍କ ଗର୍ଲଫ୍ରେଣ୍ଡ ମଲାଇକା ଅରୋରା ଘରେ ଆୟୋଜିତ ଖ୍ରୀଷ୍ଟମାସ ପାର୍ଟି ମନେଇବାକୁ ଯାଇଥିଲେ । ଏହି ପାର୍ଟିରେ ମଲାଇକାଙ୍କ ଭଉଣୀ ଅମୃତ ଅରୋରା ମଧ୍ୟ ସାମିଲ ଥିଲେ । ମଲାଇକାଙ୍କ ବ୍ୟତୀତ କରୀଶ୍ମା କପୁରଙ୍କ ଘରେ ମଧ୍ୟ ଖ୍ରୀଷ୍ଟମାସ ପାର୍ଟିର ଆୟୋଜନ ହୋଇଥିଲା । ପାର୍ଟିରେ ଅର୍ଜୁନ ଓ ମଲାଇକା ନଜର ଆସିଥିଲେ । ଏଥିରେ କରିନା କପୁର ନିଜ ପରିବାର ସହ ପହଞ୍ଚିଥିଲେ । କରୀନା ଓ ଅମୃତା ଖ୍ରୀଷ୍ଟମାସ ପାର୍ଟିର କିଛି ଦିନ ପୂର୍ବରୁ ହିଁ କରୋନାରୁ ସୁସ୍ଥ ହୋଇଥିଲେ । ଏଥିରୁ ହିଁ ଅର୍ଜୁନ କପୁର କରୋନା ସଂକ୍ରମିତ ହୋଇଥିବା ସମ୍ଭାବନା ହୋଇଛି ।

Related Posts