ବଲିଉଡର ଦୁଇ ଅଭିନେତ୍ରୀ କରୋନା ପଜିଟିଭ ଚିହ୍ନଟ

କରୋନା କବଜାରେ ବଲିଉଡର ଦୁଇ ଅଭିନେତ୍ରୀ । କରିନା କପୁର ଓ ଅମ୍ରିତା ଅରୋରା । ଦୁଇ ଦିନ ପୂର୍ବରୁ କରିସ୍ମା କପୁରଙ୍କ ସହ କରିନା କପୁର କରନ ଜୋହରଙ୍କ ପାର୍ଟିରେ ସାମିଲ ହୋଇଥିଲେ । ଏହି ପାର୍ଟି କଭି ଖୁସି କଭି ଗମ ୨୦ ବର୍ଷ ପୂର୍ତ୍ତି ଅବସରରେ ରଖାଯାଇଥିଲା । ବିଏମସି କରିନା ଓ ଅମ୍ରିତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆରଟିପିସିଆର ଟେଷ୍ଟ କରିବାର ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଅମ୍ରିତା ଓ କରିନା ଦୁହେଁ ଘନିଷ୍ଠ ବନ୍ଧୁ । ସେମାନେ କରନ ଜୋହରଙ୍କ ପାର୍ଟିରେ ମଧ୍ୟ ସାମିଲ ଥିଲେ । ଏହାପୂର୍ବରୁ ମଧ୍ୟ ସେମାନେ କରୋନା ନିୟମ ଉଲ୍ଲଘଂନ କରି ଅନେକ ପାର୍ଟିରେ ସାମିଲ ହୋଇଥିବା କୁହାଯାଉଛି ।

Related Posts