ଶ୍ରମିକଙ୍କୁ ଭଲମନ୍ଦ ପଚାରି ବୁଝିବା ସହ ଏକାଠି ବସି ଖାଇଲେ ପ୍ରଧାନମନ୍ତ୍ରୀ

ଆଜି ବାରଣାସୀରେ ଭବ୍ୟ କାଶୀ ବିଶ୍ୱନାଥ କରିଡରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩୩୯ କୋଟି ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ସ୍ୱପ୍ନର ପ୍ରକଳ୍ପ ୫ ଲକ୍ଷ ବର୍ଗ ଫୁଟ ଅଂଚଳରେ ନିର୍ମାଣ କରାଯାଇଛି । ଏହା ପ୍ରାଚୀନ କାଶୀ ବିଶ୍ୱନାଥ ମନ୍ଦିରକୁ ଗଙ୍ଗାର ୨ଟି ଘାଟ ସହ ସଂଯୋଗ କରିବ । ଏହି ପ୍ରକଳ୍ପରେ ୭୫ ମିଟର ଓସାରର ଚଲାପଥ ନିର୍ମାଣ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୩ଟି କୋଠାର ଉଦଘାଟନ କରିଛନ୍ତି ।

ଏହାବାଦ୍ କାଶୀ ବିଶ୍ୱନାଥ କରିଡର ନିର୍ମାଣ କାର୍ଯ୍ୟରେ ନିୟୋଜିତ ସମସ୍ତଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଶ୍ରମିକ, ଇଂଜିନିୟର ଓ ଅନ୍ୟାନ୍ୟ ବ୍ୟକ୍ତିଙ୍କ ଉପରେ ପୁଷ୍ପ ପକାଇ ସମ୍ମାନିତ କରିଥିଲେ । ସଫେଇ କର୍ମଚାରୀଙ୍କ ଉପରେ ମଧ୍ୟ ପୁଷ୍ପବର୍ଷା କରିଥିଲେ ମୋଦି । ସମସ୍ତଙ୍କ ପାଖକୁ ଯାଇ ମୋଦି ଫୁଲ ପକାଇଥିଲେ । ଏହା ପରେ ମୋଦି ସେମାନଙ୍କ ସହ ଏକାଠି ବସି ଫଟୋ ଉଟାଇଥିଲେ । କେବଳ ଏତିକି ନୁହେଁ ଏହି କରିଡର ନିର୍ମାଣ କାର୍ଯ୍ୟରେ ସାମିଲ ଥିବା କର୍ମଚାରୀଙ୍କ ସହ ବସି ଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଶ୍ରମିକଙ୍କ ସହ ଟେବୁଲରେ ବସି ଖାଇବା ସହ ଭଲମନ୍ଦ ପଚାରି ବୁଝିଛନ୍ତି ।

Related Posts