ବିଟ୍ରେନରେ ୧୨ ହଜାର ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ବ୍ରିଟେନରେ ମହାପ୍ରଳୟର ରୂପ ଧାରଣ କରିଛି ଓମିକ୍ରନ | ଗୋଟିଏ ଦିନରେ କରୋନା ସଂକ୍ରମିତ ୮୮ ହଜାର ୩୭୬ ନୂଆ ମାମଲା ଆସିଥିବା ବେଳେ, ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୧୨ ହଜାର ଟପିଗଲାଣି | ଓମିକ୍ରନକୁ ନେଇ ବ୍ରିଟେନରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନାର ଏହି ନୂଆ ଭ୍ୟାରଆଣ୍ଟ ଘାତକ ହୋଇ ସାମ୍ନାକୁ ଆସିଛି ।

ସେହିପରି ଦକ୍ଷିଣ ଆଫ୍ରିକାରେ ମଧ୍ୟ ଗୋଟିଏ ଦିନରେ ୨୬ ହଜାର ୯୦୦ ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବ୍ରିଟେନ୍ ଓ ଦକ୍ଷିଣ ଆଫ୍ରିକାରେ ମାମଲା ବଢୁଥିବାରୁ ଅନ୍ୟ ଦେଶ ପାଇଁ ଚିନ୍ତାର କାରଣ ହୋଇଛି । ଆମେରିକାରେ ମଧ୍ୟ ସ୍ଥିତି ବିଗିଡ଼ିବାରେ ଲାଗିଛି । ଆମେରିକାରେ ମଧ୍ୟ ପ୍ରତ୍ୟେକ ଦିନ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଗୁଣା ବୃଦ୍ଧିପାଉଛି ।

ସେପଟେ, କରୋନାର ଡେଲ୍‌ଟା ପ୍ରଜାତି ତୁଳନାରେ ଓମିକ୍ରନ୍‌ ୭୦ ଗୁଣ ଅଧିକ କ୍ଷିପ୍ର ସଂକ୍ରମଣ ଘଟାଉଥିବା ହଂକଂ ବୈଜ୍ଞାନିକଙ୍କ ଏକ ଅଧ୍ୟୟନରୁ ଜଣାପଡ଼ିଛି ।

Related Posts