ମାଲକାନଗିରି (ସତ୍ୟପାଠ ବ୍ୟୁରୋ): ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଜୋଡାମ୍ବୋ ପୁଲିସ ଷ୍ଟେସନ ସୀମା ଜଙ୍ଗଲରୁ ସୁରକ୍ଷାବାହିନୀ ମାଓ ଡମ୍ପ ଠାବ େହାଇଛି। ସେଠାରୁ ୩୨ଟି ଜେଲାଟିନ୍ ଷ୍ଟିକ୍ସ, ୧୧ଟି ଡିଟୋନେଟର୍ସ, ବନ୍ଧୁକ, ୩ କିମି କର୍ଡେକ୍ସ ତାର, ଗୋଟିଏ ଛୋଟ ସୋଲାର୍ ପ୍ୟାନେଲ୍, ଗୋଟିଏ ଫିଲିପ୍ସ ରେଡିଓ, ୨ଟି ଟର୍ଚ୍ଚ, ୧୨-ଭୋଲ୍ଟ ବ୍ୟାଟେରୀ ୨ଟି, ପାଖାପାଖି ୧୫୦ ଗ୍ରାମର ଲୁହା କଣ୍ଟା, ଗୋଟିଏ ଜେଟ୍ ସ୍ପ୍ରେ ପାଇପ୍, ୨୫ ମି ବିଦ୍ୟୁତ୍ ତାର ଜବତ େହାଇଛି। ମାଓବାଦୀମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ଲାଗି ଏହାକୁ ଲୁଚେଇ ରଖିଥିବା ସୂଚନା ମିିଳିଛି। ମାଲକାନଗିରିରେ ସୁରକ୍ଷା ବାହିନୀ ପକ୍ଷରୁ ସ୍ବତନ୍ତ୍ର ସର୍ଚ୍ଚ ଅପରେସନ ଚାଲୁଥିଲା। ଏହି ସମୟରେ ମିଳିତ ଦଳ ଜିପି ଜାନ୍ଟ୍ରି, ପିଏସ୍ ଯୋଡାମ୍ବୋ, ଜିଲ୍ଲା ମାଲକାନଗିରି ଅଧୀନରେ ଥିବା ଆରପାଦର ଏବଂ ଘୁସମ୍ପଦର ଗ୍ରାମ ମଧ୍ୟରେ ଥିବା ଏକ ପାହାଡ ତଥା ଜଙ୍ଗଲ ଅଞ୍ଚଳରୁ ଲୁଚି ରହିଥିବା ମାଓବାଦୀ ଡମ୍ପକୁ ଉଦ୍ଧାର କରିଥିଲେ। ସେଠାରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ଅନ୍ୟାନ୍ୟ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।
