ପାଟଣାଗଡ଼(ସତ୍ୟପାଠ ବ୍ୟୁରୋ ): ଶାଶୁ ଘରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଯୌତୁକ ଦାବିରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଛକ ନିକଟରେ ଥିବା ଶାଶୁ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୪ ବର୍ଷ ତଳେ ସେ ବିବାହ କରିଥିବାବେଳେ ଶାଶୁଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅଭିଯୋଗ ପରେ ସ୍ବାମୀ ଓ ନଣନ୍ଦଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି ପୋଲିସ। ତେବେ ଯୌତୁକ ପାଇଁ ଝିଅଙ୍କୁ କଲବଲ କରି ମାରିଦେଲେ ବୋଲି ପରିବାର ଲୋକେ କହିଛନ୍ତି। ମରିବା ଆଗରୁ ଝିଅ ଫୋନ କରି ସବୁ କଥା କହିଥିଲା। ଏହାପରେ ତୁମ ଝିଅ ଆତ୍ମହତ୍ୟା କରିଛି ବୋଲି ଫୋନ କରି ଆମକୁ ଜଣାଇଲେ। ତେବେ ଘଟଣା ତଦନ୍ତ କରୁଛି ପୋଲିସ।
