ଶ୍ରୀନଗରର ରଙ୍ଗରେଠ ଅଞ୍ଚଳରେ ନିରାପତ୍ତା ବଳ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ । ଫଳରେ ଦୁଇଜଣ ଅପରିଚିତ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ଜମ୍ମୁ ଓ କଶ୍ମୀର ପୁଲିସ ପକ୍ଷରୁ ସୂଚନା ମିଳିଛି ।

ଏ ସମ୍ବନ୍ଧରେ ଟୁଇଟ୍‌ କରି ପୁଲିସ ଲେଖିଛି, ଶ୍ରୀନଗର ଏନ୍‌କାଉଣ୍ଟର୍‌ର ସଦ୍ୟତମ ସୂଚନା: ୨ଜଣ ଅଚିହ୍ନା ଆତଙ୍କବାଦୀ ନିହତ। ତଲାସ ଚାଲିଛି। ପରେ ପରେ ପୂର୍ଣ୍ଣ ବିବରଣୀ ଆସିବ।