କେନ୍ଦ୍ରାପଡ଼ା (ସତ୍ୟପାଠ ବ୍ୟୁରୋ) : ସରପଞ୍ଚ ଚାମେଲି ଓଝାଙ୍କ ପିଚ୍ଛା ଛାଡ଼ୁନି ବିବାଦ। ଏବେ ତାଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ। କେନ୍ଦ୍ରାପଡା ମହାକାଳପଡା, ତିଖିରି ପଂଚାୟତର ସରପଂଚ ଚାମେଲୀ ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ଚାମେଲୀଙ୍କ ବିରୋଧରେ ୨୧ ଜଣ ୱାର୍ଡ ସଭ୍ୟସଭ୍ୟାଙ୍କ ଦ୍ଵାରା ପ୍ରସ୍ତାବିତ ଏକ ଅନାସ୍ଥା ପତ୍ର ଦିଆଯାଇଛି। ଯାହାର ଆଧାରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମହାକାଳପଡା ପଂଚାୟତ ସମିତିର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଅନାସ୍ଥା ଭୋଟିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଭ୍ୟମାନଙ୍କର ସ୍ବାକ୍ଷରର ସଠିକତା ଯାଞ୍ଚ କରିବା ନିମନ୍ତେ ଆସନ୍ତା ୨୭ ତାରିଖ ଅପରାହ୍ନ ସାଢେ ୩ ଟାରେ କେନ୍ଦ୍ରାପଡା ଉପ-ଜିଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ପାଇଁ ସମସ୍ତ ସଭ୍ୟ ମାନଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଉପରେ ପ୍ରତିକ୍ରିୟା ରଖି ଚାମେଲି କହିଛନ୍ତି ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି। ତାଙ୍କୁ କାର୍ଯ୍ୟ କରିବାକୁ ଦିଆଯାଉନାହିଁ ।