ବୈପାରୀଗୁଡ଼ା(ସତ୍ୟପାଠ ବ୍ୟୁରୋ ): ବୈପାରୀଗୁଡ଼ାରେ ବାଘ ଭୟ। କୋରାପୁଟ ଜିଲ୍ଲା କୁନ୍ଦୁରା ଓ କୋଟପାଡ଼ ଜନବସତି ଅଞ୍ଚଳରେ ବାଘ ପାଦ ଚିହ୍ନ ଦେଖାଯିବା ପରେ ଆତଙ୍କ ସୃଷ୍ଟି ହୋଇଛି। ସୀମାନ୍ତ ଅଞ୍ଚଳରେ ବାଘର ପାଦଚିହ୍ନ ଠାବ  ହୋଇଛି। କୋଟପାଡ଼ ବ୍ଳକ ଚତର୍ଲା ପଞ୍ଚାୟତ କଟ୍ରିଗୁଡା ଗାଁ ନଦୀ ଘାଟ ନିକଟରେ ବାଘର ପାଦଚିହ୍ନ ଦେଖିଛନ୍ତି ଲୋକେ। ସ୍ଥାନୀୟ ଲୋକେ ବାଘର ପାଦ ଚିହ୍ନ ଭିଡିଓ କରିବା ସହ ଏହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହା ମହାବଳ ନା କଲରାପତରିଆ ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ଲୋକେ ବନ ବିଭାଗକୁ ଖବର ଦେଇଥିବା ବେଳେ ବନ ବିଭାଗ ତଦନ୍ତ ଆରମ୍ଭ କରିଛି। ଏହା ବାଘ ନା ଅନ୍ୟ କୌଣସି ଜନ୍ତୁର ପାଦ ଚିହ୍ନ ତାହା ତଦନ୍ତ ସରିବା ପରେ ଜଣାପଡ଼ିବ ବୋଲି କୁହାଯାଉଛି। ତେବେ ସ୍ଥାନୀୟ ଲୋକମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି।