ସୂର୍ଯ୍ୟ ପାତ୍ର ହେଲେ ବାଚସ୍ପତି

ସତ୍ୟପାଠ ବ୍ୟୁରୋ : ବିଜୁ ଜନତା ଦଳର ଦିଗପହଣ୍ଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓଡିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ୨୨ତମ ବାଚସ୍ପତି ଭାବେ ଶ୍ରୀ ପାତ୍ରଙ୍କ ନାଁକୁ କାମଚଳା ବାଚସ୍ପତି ଶ୍ରୀ ଅମର ପ୍ରସାଦ ଶତପଥୀ ଘୋଷଣା କରିଛନ୍ତି ।

ଆଜି ପୂର୍ବାହ୍ନ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଗୃହର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଚସ୍ପତି ଚୟନ ନେଇ ପ୍ରସ୍ତବା ଆଗତ କରିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହାପରେ ବାଚନିକ ଭୋଟ ଜରିଆରେ ସର୍ବସମ୍ମତି କ୍ରମେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଥିଲା । ବିଜେପି କିମ୍ବା କଂଗ୍ରେସ ତରଫରୁ ବାଚସ୍ପତି ପଦ ପାଇଁ କାହାରି ନାଁ ଆବେଦନ କରାଯାଇ ନଥିଲା ।

Related Posts