କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ହେଲେ ସୋନିଆ

ସତ୍ୟପାଠ ବ୍ୟୁରୋ : କଂଗ୍ରେସର ସଂସଦୀୟ ଦଳ ନେତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ସୋନିଆ ଗାନ୍ଧୀ । ଏନେଇ ଦଳ ପ୍ରବକ୍ତା ରଣଦୀପ ସୁରେଜବାଲ ସୂଚନା ଦେଇଛନ୍ତି । ଏକ ଟୁଇଟ ଯୋଗେ ସୁରେଜବାଲ ସୂଚନା ଦେଇ କହିଛନ୍ତି ଯେ, ଦଳ ତରଫରୁ ଏକ ବୈଠକରେ ସୋନିଆଙ୍କୁ ସଂସଦୀୟ ଦଳର ନେତ୍ରୀ ଭାବେ ନିର୍ବାଚିତ କରାଯାଇଛି ।

ନେତା ଭାବେ ନିର୍ବାଚିତ ହେବା ପରେ ସୋନିଆ କହିଛନ୍ତି ଦେଶର ୧୨.୧୩ କୋଟି ଭୋଟରଙ୍କୁ ଧନ୍ୟବାଦ ଯେଉଁମାନେ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରି ଅଛନ୍ତି । ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବରିଷ୍ଠ ନେତା ଗୁଲାମନବୀ ଆଜାଦ ଓ ଆନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Related Posts