ଆସ୍ଥା ଭୋଟ୍ ପୂର୍ବରୁ ଇସ୍ତଫା ଦେଲେ ବିହାର ବିଧାନସଭାର ବାଚସ୍ପତି ବିଜୟ ସିହ୍ନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ବିହାର ବିଧାନସଭାରେ ଆସ୍ଥା ଭୋଟର ସାମ୍ନା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଏହା ପୂର୍ବରୁ ବିଧାନସଭାର ବାଚସ୍ପତି ବିଜୟ ସିହ୍ନା ବୁଧବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ବିଧାନସଭାରେ ପ୍ରବଳ ଉତ୍ତେଜନାକୁ ଦୃଷ୍ଟିରେ ରଖି ଗୃହର ପ୍ରକ୍ରିୟା ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ଅନ୍ୟ ପକ୍ଷରେ ବିହାରରେ ବିଧାନସଭାରେ ନୀତୀଶ ସରକାର ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପୂର୍ବରୁ ସିବିଆଇ ଦୁଇ ଆରଜେଡି ସାଂସଦ, ବିଧାନ ପରିଷଦର ସଦସ୍ୟଙ୍କ ସମେତ ଅନେକ ନେତାଙ୍କ ଘରେ ଚଢାଉ କରିଛି ।ସିବିଆଇର ବିଭିନ୍ନ ଟିମ୍ ଆଜି ସକାଳେ ଆରଜେଡି ରାଜ୍ୟସଭା ସାଂସଦ ଆଶଫାକ କରିମ, ଫାୟାଜ ଅହମ୍ମଦ, ଏମଏଲସି ସୁନୀଲ ସିଂ ଏବଂ ପୂର୍ବତନ ଏମଏଲସି ସୁବୋଧ ରାୟଙ୍କ ବାସଭବନରେ ଚଢାଉ କରିଥିଲେ । କୁହାଯାଉଛି ଯେ ରେଳବାଇରେ ଜମି ବଦଳରେ ଚାକିରି ଦେବା ଘଟଣାରେ ସିବିଆଇ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଉପରେ ଚଢାଉ କରିଛି ।

ଅନ୍ୟପକ୍ଷରେ ନୀତୀଶ କୁମାରଙ୍କ ନେତୃତ୍ୱରେ ନୂତନ ସରକାର ଆଜି ବିଧାନସଭାରେ ବହୁମତ ଉପସ୍ଥାପନ କରିବେ । ଏହା ପୂର୍ବରୁ ସିବିଆଇ ର ରେଡ୍ କୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇ ଯାଇଛି।

Related Posts