ସମ୍ବଲପୁର (ସତ୍ୟପାଠ ବ୍ୟୁରୋ): ​ସମ୍ବଲପୁରର ବିଶ୍ୱପ୍ରସିଦ୍ଧ ହୀରାକୁଦ ଜଳଭଣ୍ଡାର ଏବେ ପର୍ଯ୍ୟଟକଙ୍କ ପାଇଁ ଏକ ନୂଆ ଓ ଆକର୍ଷଣୀୟ ରୂପରେ ସଜେଇ ହେବାକୁ ଯାଉଛି l ଏଣିକି କେରଳ କିମ୍ବା କୋଲକାତା ନୁହେଁ, ବରଂ ସମ୍ବଲପୁର ସ୍ଥିତ ହୀରାକୁଦ ଜଳଭଣ୍ଡାରର ନୀଳ ଜଳରାଶି ମଧ୍ୟରେ ପର୍ଯ୍ୟଟକମାନେ ହାଉସବୋଟ୍‌ର ଭରପୂର ଆନନ୍ଦ ନେଇପାରିବେ l ରାତ୍ରିରହଣି ସହ ଜନ୍ମଦିନ, ନିର୍ବନ୍ଧ, ବିବାହ ଉତ୍ସବ ଏବଂ ଅଫିସ୍ ପାର୍ଟି ପାଇଁ ଏଠାରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଯୋଗାଇ ଦିଆଯାଉଛି।  ୩ ମହଲା ବିଶିଷ୍ଟ ବିଶାଳ ହାଉସବୋଟର ୧୭୦ ଫୁଟ ଲମ୍ବ ଏବଂ ୩୦ ଫୁଟ ଚଉଡ଼ା ରହିଛି l ୮ଟି ସୁସଜ୍ଜିତ ଆରାମଦାୟକ ରୁମ୍, କନଫରେନ୍ସ ହଲ୍ ଓ ସୁସ୍ୱାଦୁ ଖାଦ୍ୟ ପାଇଁ କିଚେନ୍ ରହିଛି l

ବେଏଫୁଟ ରିଟ୍ରିଟ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ବୁର୍ଲା ଝାଙ୍କରାଣୀ ମନ୍ଦିର ନିକଟରେ ଏହାର ନିର୍ମାଣ  କାର୍ଯ୍ୟ ଚାଲିଛି l ଆସନ୍ତା ଅକ୍ଟୋବର ୫ ସୁଦ୍ଧା ଏହାକୁ ଜଳଭଣ୍ଡାରରେ କାର୍ଯ୍ୟକ୍ଷମ କରାଯିବ େବାଲି ସୂଚନା ମିଳିଛି। ହୀରାକୁଦ ମାଷ୍ଟରପ୍ଲାନ୍ ଯେପରି ଭାବରେ ତିଆରି ହେଉଛି ଯଦ୍ୱାରାସେଠି ଗୋଆ ଓ ଦୁବାଇ ଭଳି ଅନୁଭୂତି ମିଳିବ l ଏହାସହ ବୁର୍ଲା ଚାନ୍ଦିଲିଡୁଙ୍ଗୁରୀ ପାହାଡ଼, ଝାଙ୍କରାଣୀ ମନ୍ଦିର ପଛପାଖ ଏବଂ ଡାହାଣ ଡାଇକ୍ ପରିସର ଆଡଭେଞ୍ଚର ଓ ଜଳକ୍ରୀଡ଼ା କରାଯିବ। ଏହାସହ ସ୍କୁବା ଡାଇଭିଂ, ପାରାଗ୍ଲାଇଡିଂ, ରାଫଟିଂ, ଜେଟ୍‌ସ୍କି ଏବଂ ବନାନା ରାଇଡର ବ୍ୟବସ୍ଥା କରାଯିବ। ଏହା ସହିତ ତାରକା ହୋଟେଲ, ସ୍ଥାୟୀ ବୋଟିଂ ଜେଟି ଟର୍ମିନାଲ୍ ଏବଂ ଏକ ସ୍ୱତନ୍ତ୍ର ସଂଗ୍ରହାଳୟ l ଏହା ଦ୍ୱାରା ବାହାରର ପ୍ରଚୁର ପର୍ଯ୍ୟଟକ ଆକର୍ଷିତ ହେବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ଓ ପର୍ଯ୍ୟଟନ ବ୍ୟବସାୟରେ ବ୍ୟାପକ ବୃଦ୍ଧି ଘଟିବ l