ସୁନ୍ଦରଗଡ଼ ଜିଲ୍ଲାରୁ ୧୧୪ ଡେଙ୍ଗୁ ରୋଗୀ ଚିହ୍ନଟ

ସୁନ୍ଦରଗଡ଼: ରାଜ୍ୟରେ ଏବେ ବଢ଼ୁଛି ଡେ଼ଙ୍ଗୁ ରୋଗୀଙ୍କ ସଂଖ୍ୟା । ସେପଟେ ସୁନ୍ଦରଗଡ଼ ଜିଲ୍ଲାରେ ୧୧୪ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୯୯ ଜଣ ରାଉରକେଲା ଅଞ୍ଚଳର ରହିଛନ୍ତି । ଲଗାତର ବର୍ଷା ଯୋଗୁ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି ।

ରାଉରକେଲାର ୯୯ ରୋଗୀଙ୍କ ମଧ୍ୟରୁ ୩୭ ଜଣ ଆକ୍ରାନ୍ତଙ୍କ ହୋଇଥିବା ବେଳେ ମାଇଗ୍ରେସନ ହିଷ୍ଟ୍ରି ରହିଛି । ଡେଙ୍ଗୁ ନିୟନ୍ତ୍ରଣ ସହରର ବିଭିନ୍ନ ସ୍ଥାନ ଗୁଡିକରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଛି । ନାଳ ନଦ୍ଦର୍ମା ସଫା କରାଯାଉଥିବା ବେଳେ ୨୦ ଜଣିଆ ଡେଙ୍ଗୁ ସ୍କ୍ୱାର୍ଡ ଗଠନ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି । ସ୍ଥିତି ଉପରେ ସମ୍ପ୍ରୁ୍ଣ୍ଣ ନଜର ରଖାଯାଇଥିବା କହିଛନ୍ତି ସିଡ଼ିଏମଓ ।

Related Posts