ସେପ୍ଟେମ୍ବରରେ ରାଜ୍ୟରେ ୧୫୪ ପ୍ରତିଶତ ଅଧିକ ବର୍ଷା , ବର୍ଷା ବିତ୍ପାତରେ ଏଯାବତ୍ ୪ ମୃତ : ଏସଆରସି

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଗତ ୨ ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଛି। ୨ ଦିନର ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଲାଣି। ଅନେକ ଅଞ୍ଚ‌ଳରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀର ଜଳସ୍ଥଳ ବଢ଼ିନଥିଲେ ମଧ୍ୟ ଏବେ ଖାଲୁଆ ଅଞ୍ଚଳରେ ଥିବା ଘର ଗୁଡ଼ିକରେ ପାଣି ଜମି ରହିଛି। ଏ ନେଇ ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। ସେ କହିଛନ୍ତି ଯେ, ସାରା ରାଜ୍ୟରେ ହାରାହାରି ଭାବେ ୧୫୬ ମିଲିମିଟର ବର୍ଷା ହୋଇଛି। ୧୦ଟି ଜିଲ୍ଲାରେ ୨୦୦ ମିଲିମିଟର ବର୍ଷା ହୋଇଛି । ନବରଙ୍ଗପୁର ଜିଲ୍ଲାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ ସ୍ୱଭାବିକଠୁ ଅଧିକ ବର୍ଷା ହୋଇଛି । ୨ ଦିନରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୩୬୧ ମିମି ବର୍ଷା ରେକର୍ଡ ହୋଇଛି। ପୁରୀ ଜିଲ୍ଲାରେ ୩୬୦ ଏବଂ ଜଗତସିଂହପୁରରେ ୩୫୫ ମିମି ବର୍ଷା ହୋଇଛି। ସେହିପରି ସୁବର୍ଣ୍ଣପୁରରେ ୨୯୫, କଟକରେ ୨୭୫, ଯାଜପୁରରେ ୨୭୧, ଢେଙ୍କାନାଳରେ ୨୩୯, ଅନୁଗୁଳରେ ୨୨୪, ଖୋର୍ଦ୍ଧାରେ ୨୨୧, ନୟାଗଡ଼ରେ ୨୧୯ମିମି ବର୍ଷା ହୋଇଛି। ସବୁଠୁ ଅଧିକ ଅସ୍ତରଙ୍ଗ, କାକଟପୁର, ବୀର ମହାରାଜପୁରରେ ୫୦୦ମିଲି ମିଟର ଉପରେ ବର୍ଷା ହୋଇଛି । ଏହା ସହ  ୬ଟି ବ୍ଲକରେ ୪୦୦ମିଲି ମିଟର ଉପରେ ବର୍ଷା ହେବା ସହ ୫୬ଟି ବ୍ଲକରେ ୨୦୦ରୁ ୩୦୦ମିଲି ମିଟର ବର୍ଷା ହୋଇଛି ।  କମ ସମୟରେ ଏତେ ବର୍ଷା ହୋଇଥିବାରୁ ନଦୀରେ ବନ୍ୟା ନଆସିଲେ ବି ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି। ଭୁବନେଶ୍ୱର, କଟକ, ବଲାଙ୍ଗୀର, ଭଦ୍ରକ ଭଳି କିଛି ସହରାଞ୍ଚଳର ତଳିଆ ଅଞ୍ଚଳରେ ପାଣି ଜମି ରହିଥିବା ନେଇ ଏସଆରସି ସୂଚନା ଦେଇଛନ୍ତି। ତେବେ ୨୮ ଜିଲାପାଳଙ୍କ ସହ ଏସଆରସି ବ୍ୟକ୍ତିଗତ ଭାବେ ଆଜି ସକାଳେ କଥା ହୋଇଥିବା କହିଛନ୍ତି ।ପ୍ରବଳ ବର୍ଷା ଯୋଗୁଁ ଏଯାବତ୍ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସେ ସୂଚନା ଦେଇଛନ୍ତି। ଗତକାଲି ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କର ଜୀବନ ଯାଇଛି ।

ପାଇଁ ଚାଷ ଜମିର ହୋଇଥିବା କ୍ଷୟ‌କ୍ଷତିର ରିପୋର୍ଟ ଦେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ଏସ୍ଆରସି କହିଛନ୍ତି। ଲଗାଣ ବର୍ଷା ପାଇଁ ଜଳକା ନଦୀ ବିପଦ ସଂକେତ ଉପରେ ରହିଥିବା ବେଳେ ବୈତରଣୀକୁ ଆମେ ଆଲର୍ଟରେ ରଖିଛୁ ଏବଂ ବ୍ରାହ୍ମଣୀ ଉପରେ ବି ଆମେ ନଜର ରଖିଛୁ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଛତିଶଗଡ଼ରେ ବର୍ଷା ହେବାର ଆଶଙ୍କା ଥିବାରୁ ହୀରାକୁଦରେ ଜଳସ୍ତର ବଢ଼ିପାରେ। ଏଭଳି ହେଲେ ହୀରାକୁଦର ୬ ରୁ ୭ଟି ଗେଟ ଖୋଲିପାରେ । କଟକ ମୁଣ୍ଡୁଳି ଦେଇ ୫ ଲକ୍ଷରୁ ୬ ଲକ୍ଷ କ୍ୟୁସେକ ପାଣି ପାସ କରାଇ ଦେଲେ ବନ୍ୟା ସ୍ଥିତି ଉପଜିବ ନାହିଁ ବୋଲି ଏସ୍ଆରସି ସୂଚନା ଦେଇଛନ୍ତି । ଯଦି ଅଧିକ ପାଣି ଆସେ ତେବେ ଅଧିକ ଗେଟ ଖୋଲିବ। ତେବେ ମହାନଦୀରେ ବନ୍ୟା ସ୍ଥିତି ଆସିବାର ସମ୍ଭାବନା ନାହିଁ । ସମସ୍ତ ବିଭାଗମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Posts