କୋଟିପତି ଅଙ୍ଗନବାଡ଼ି ଦିଦିଙ୍କ ଘରେ ଭିଜିଲାନ୍ସ ରେଡ୍ , ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : କୋଟିପତି ଅଙ୍ଗନବାଡି ଦିଦିଙ୍କ ଘରେ ଭିଜିଲାନ୍ସ ରେଡ୍ । ଭୁବନେଶ୍ୱର କୋରଡକଣ୍ଟାର ଅଙ୍ଗନବାଡି ଦିଦି କବିତା ମାଥଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାସଙ୍ଗରେ ୬ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ । 

ଭୁବନେଶ୍ୱର କେଶୁରା ଓ ଝାରପଡାରେ ୨ଟି ୩ ମହଲା ଘର, ଝାରପଡା ସ୍ଥିତ ଗୋଟିଏ ବିଲ୍ଡିଂ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ସ୍ଥିତ ପୈତୃକ ଘର ଓ ଜଗତସିଂହପୁର ବାଲିକୁଦା ସ୍ଥିତ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।ଚଢ଼ାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଥିବା ଜଣାପଡିଛି। ଅଙ୍ଗନବାଡି କର୍ମୀ କବିତା ମାଥଙ୍କ ନାଁରେ ବାରମ୍ବାର ଅଭିଯୋଗ ଆସୁଥିଲା । 

ଆଉ ଏହାପରେ ୱାରେଣ୍ଟ ଇସ୍ୟୁ କରାଯାଇ କବିତା ମାଥନଙ୍କ ଘରେ ଚଢାଉ କରାଯାଇଛି । ଚଢାଉ ଜାରି ରହିଥିବା ବେଳେ କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ସମ୍ପତ୍ତିର ଆକଳନ ପରେ ସଠିକ୍ ତଥ୍ୟ ମିଳିପାରିବେ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ସବୁଠାରୁ ବଡ ପ୍ରଶ୍ନଟି ହେଉଛି , ଜଣେ ଅଙ୍ଗନବାଡି କର୍ମୀଙ୍କ ପାଖରେ ଏତେ ଟଙ୍କାର ସମ୍ପତ୍ତି ଆସିଲା କେଉଁଠୁ ? ଏହାର ଖୋଳତାଡ଼ କରୁଛି ଭିଜିଲାନ୍ସ। 

Related Posts