+୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ ସୂଚୀରେ କଣ ପରିବର୍ତନ କରାଯାଇଛି

ଭୁବନେଶ୍ୱର: +୨ ପରୀକ୍ଷା ସୂଚୀରେ ହେଲା ପରିବର୍ତ୍ତନ | ପରୀକ୍ଷା ପାଇଁ କମ୍ ଦିନ ଥିବାରୁ ମେ ୧୯ରେ ହେବାକୁ ଥିବା ପରୀକ୍ଷା ମେ ୩୧ରେ ହେବ ବୋଲି ସୁଚନା ମିଳିଛି । ଯାହାଫଳରେ ୩ଟି ବିଷୟ ପରୀକ୍ଷା ସୂଚୀରେ ପରିବର୍ତ୍ତନ ହୋଇଛି । ଗଣିତ, ହୋମ ସାଇନ୍ସ ଓ ବାୟୋଲୋଜୀ ପରୀକ୍ଷା ସୂଚୀରେ ପରିବର୍ତ୍ତନ । ବିଜ୍ଞାନ ପିଲାଙ୍କ ପରୀକ୍ଷା ସୂଚୀରେ କମ ବ୍ୟବଧାନ ଥିବାରୁ ପରିବର୍ତ୍ତନ କରାଯାଇଛି ।

ପରୀକ୍ଷା ସୂଚୀରେ ପରିବର୍ତ୍ତନ ନେଇ ସିଏଚଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଚଳିତ ବର୍ଷ ରାଜ୍ୟର ୧ ହଜାର ୫୮୬ କଲେଜର ପିଲା ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ । ସେହିପରି ୧ ହଜାର ୧୪୮ଟି ପରୀକ୍ଷା କେନ୍ଦ୍ରରେ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ ।

ସବୁ ପରୀକ୍ଷା ସେଣ୍ଟରରେ CCTV କ୍ୟାମେରା ଲାଗିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଠିକ ସମୟରେ ଯୁକ୍ତ ଦୁଇ ପରୀକ୍ଷା ହୋଇ ଫଳାଫଳ ବାହାରିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ସୂଚନାଯୋଗ୍ୟ, ମେ ୧୯ରେ ହେବାକୁ ଥିବା ପରୀକ୍ଷା ମେ ୩୧ରେ ହେବ । ବିଜ୍ଞାନ ପିଲାଙ୍କ ପରୀକ୍ଷା ସୂଚୀରେ କମ ବ୍ୟବଧାନ ଥିବାରୁ ସମୟରେ ପରିବର୍ତ୍ତନ କରାଯାଇଛି । ପରୀକ୍ଷା ସୂଚୀରେ ପରିବର୍ତ୍ତନ ନେଇ ସିଏଚଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Related Posts