ଛତିଶଗଡ଼: ଦ୍ବିତୀୟ ପର୍ଯ୍ୟାୟରେ 1000ରୁ ଅଧିକ ପ୍ରାର୍ଥୀ, 23{803a785dbb02f98c02c6fa28b2f90dce02ec643d6792a5e1e7d8c47052c3326e} କୋଟିପତି

ମଙ୍ଗଳବାର ଦ୍ବିତୀୟ ପର୍ଯ୍ୟାୟ ପାଇଁ 19ଟି ଜିଲ୍ଲାର 72ଟି ବିଧାନସଭା ଆସନରେ ଭୋଟିଂ ଚାଲିଛି । ସମସ୍ତ ସିଟ୍‌ରେ ସକାଳ 8ଟାରୁ ନେଇ ସଂଧ୍ୟା 5ଟା ଯାଏଁ ମତଦାନ ଚାଲିବ ।

ଛତିଶଗଡ଼ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ 19ଟି ଜିଲ୍ଲାର 72ଟି ଆସନରେ ମଙ୍ଗଳବାର ଜାରି ରହିଛି ମତଦାନ । ଏଠାରେ ବିଜେପି, କଂଗ୍ରେସ୍‌ ଏବଂ ଯୋଗୀ-ବସପାର ବହୁ ହାଇ ପ୍ରୋଫାଇଲ୍‌ ନେତାଙ୍କ ପ୍ରତିଷ୍ଠା ବାଜିରେ ଲାଗିଛି । ରାଜ୍ୟର ଏମିତି 10ଟି ବିଧାନସଭା ଆସନ ଏମିତି ଅଛି, ଯେଉଁଠି କଡ଼ା ମୁକାବିଲା ହେଉଛି ।

ଦ୍ବିତୀୟ ପର୍ଯ୍ୟାୟରେ 1079 ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ଅଛନ୍ତି । ଏମାନଙ୍କ ମଧ୍ୟରୁ 113 ଜଣ ଅନୁସୂଚିତ ଜାତି ଓ 176 ଜଣ ଅନୁସୂଚିତ ଜନଜାତିର ପ୍ରାର୍ଥୀ ଅଛନ୍ତି, 119 ଜଣ ମହିଳା ପ୍ରାର୍ଥୀ ବି ସାମିଲ୍‌ ଅଛନ୍ତି ।

ଦ୍ବିତୀୟ ପର୍ଯ୍ୟାୟ ପାଇଁ ମୋଟ ଭୋଟ ଗ୍ରହଣ କେନ୍ଦ୍ର ସଂଖ୍ୟା ହେଉଛି 19336 । ଏଥିମଧ୍ୟରୁ 444ଟି ଅତି ସମ୍ବେଦନଶୀଳ କେନ୍ଦ୍ର ରହିଛି..

ଆଜି ହେଉଥିବା ମତଦାନରେ ମୋଟ ଭୋଟରଙ୍କ ସଂଖ୍ୟା ହେଉଛି 1,54,00,596 । ଏମାନଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା 77,53,337 ଓ ମହିଳା ଭୋଟରଙ୍କ ସଂଖ୍ୟା 76,46,382 । 877 ଜଣ ତୃତୀୟ ଲିଙ୍ଗ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଭୋଟଗ୍ରହଣ କେନ୍ଦ୍ର ଗୁଡ଼ିକରେ 84688 କର୍ମଚାରୀଙ୍କୁ ମୁତୟନ କରାଯାଇଛି ।

ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ମତଦାନ ପାଇଁ ସୁରକ୍ଷାର ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଅର୍ଦ୍ଧସାମିରକ ବାହିନୀ ଓ ପୋଲିସ୍‌ର ପ୍ରାୟ ଦେଢ଼ ଲକ୍ଷ ଯବାନ ମୁତୟନ ହୋଇଛନ୍ତି ।

Related Posts