ଦୀପିକା ପାଦୁକୋନ୍ ଓ ରଣବୀର ସିଂହ ଇଟାଲୀରେ ଗ୍ରାଣ୍ଡ ୱେଡିଂ ପରେ ଦେଶ ଫେରି ସାରିଛନ୍ତି । ମୁମ୍ବାଇରେ ରଣବୀର ସିଂହଙ୍କ ଘରେ ଦୀପିକାଙ୍କର ଗୃହପ୍ରବେଶ ହୋଇଯାଇଛି । ଶ୍ବଶୁର ଘରେ ଗୃହପ୍ରବେଶର ବିଧି ସମ୍ପନ୍ନ କରିବା ପରେ 21 ନଭେମ୍ବରରେ ଏହି ଯୋଡ଼ି ବେଙ୍ଗାଲୁରୁରେ ରିସେପ୍ସନ୍ ଦେବେ । ସୋମବାର ନବ ବିବାହିତ ଦୀପିକା ଓ ରଣବୀରଙ୍କୁ ମୁମ୍ବାଇରେ ଦେଖାଗଲା ।
ଏହି ସମୟରେ ଦୁହେଁ ଏକା ସାଙ୍ଗରେ ଗାଡ଼ିରେ ବସିଥିଲେ । ଏହି ଯୋଡ଼ି ଗଣମାଧ୍ୟମ କ୍ୟାମେରାରୁ ମୁହଁ ଲୁଚାଉଥିବା ଦେଖାଗଲେ । ସୋସିଆଲ୍ ମିଡିଆରେ ଯେଉଁ ଫଟୋ ଆସିଛି, ସେଥିରେ ଯୋଡ଼ିଙ୍କର ଅଳ୍ପ ଟିକିଏ ଝଲକ ଦେଖାଯାଉଛି ।
ରଣବୀର ଓ ଦୀପିକା ଉଭୟ ଧଳା ରଙ୍ଗର ପୋଷାକ ପିନ୍ଧିଛନ୍ତି । ଦୀପିକା ମଙ୍ଗଳସୂତ୍ର ପିନ୍ଧିଛନ୍ତି । ସେ ଚଷମା ମଧ୍ୟ ପିନ୍ଧିଛନ୍ତି । ସେହିପରି ରଣବୀର ସିଂହ ଗଳାରେ ସୁନା ଚେନ୍ ପିନ୍ଧିଛନ୍ତି । ଦୀପବୀରଙ୍କର ଏହି ଲାଟେଷ୍ଟ ଫଟୋ ଫ୍ୟାନ୍ଙ୍କ ଭିତରେ ଭାଇରାଲ୍ ହେଉଛି ।
ଆପଣଙ୍କୁ କହିରଖୁଛୁ ଯେ ଦୀପିକା ପାଦୁକୋନ୍ ଓ ରଣବୀର ସିଂହଙ୍କ ବିବାହ 14 ଓ 15 ନଭେମ୍ବରରେ ଇଟାଲୀର ଲେକ୍ କୋମୋରେ ହୋଇଥିଲା । ଏହି ସମାରୋହକୁ ଘରୋଇ ରଖାଯାଇଥିଲା । ବିବାହରେ ମାତ୍ର 30ରୁ40 ଜଣ ଲୋକ ସାମିଲ୍ ହୋଇଥିଲେ ଏବଂ ନଭେମ୍ବର 21 ତାରିଖରେ ବେଙ୍ଗାଲୁରୁରେ ଏବଂ ନଭେମ୍ବର 28 ତାରିଖରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍ସନ ରହିଛି । ମୁମ୍ବାଇ ରିସେପ୍ସନ୍ରେ ବଲିଉଡ୍ ସେଲିବ୍ରିଟିମାନେ ସାମିଲ୍ ହେବେ ।
ଦୀପିକା ଓ ରଣବୀର ମୁମ୍ବାଇରେ 50 କୋଟିର ବିଳାସମୟ ବଙ୍ଗଳା କିଣିଛନ୍ତି । ଏବେ ସେହି ଘର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇନାହିଁ । ରିନୋଭେସନ୍ କାମ ସମ୍ପୂର୍ଣ୍ଣ ହେବା ପରେ ଉଭୟ ନୂଆ ବଙ୍ଗଳାକୁ ଯିବେ । ସେତେବେଳଯାଏଁ ରଣବୀର, ଦୀପିକାଙ୍କ ସହ ମୁମ୍ବାଇରେ ତାଙ୍କ ଘରେ ରହିବେ ।