
କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ଭିତରେ ଶୀର୍ଷ ସ୍ତରର ଦୁଇ ଜଣ ଅଧିକାରୀଙ୍କ ଭିତରେ ଜାରି ରହିଥିବା ସଂଘର୍ଷ ଭିତରେ ଆଉ ଜଣେ ସିବିଆଇ ଅଧିକାରୀ ସୁପ୍ରିମକୋର୍ଟରେ ଆବେଦନ କରି ତାଙ୍କ ବଦଳିର ଯାଂଚ କରିବାକୁ ଦାବି କରିଛନ୍ତି । ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଯେ ଅଫିସର ଥକି ଗଲେଣି ଏବଂ ଗଣତନ୍ତ୍ର ଏବେ କାନ୍ଦୁଛି ।
ରାହୁଲ କହିଛନ୍ତି ଯେ ଦିଲ୍ଲୀରେ ‘ଚୌକିଦାର ହିଁ ଚୋର’ ନାମକ ଏକ କ୍ରାଇମ୍ ଥ୍ରିଲର ଚାଲୁଛି । ନୂଆ ଏପିସୋଡ୍ରେ ସିବିଆଇର ଡିଆଇଜିଙ୍କ ଦ୍ବାରା ଜଣେ ମନ୍ତ୍ରୀ, ଏନ୍ଏସ୍ଏ, ଆଇନ ସଚିବ ଓ କ୍ୟାବିନେଟ୍ ସଚିବଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣାଯାଇଛି । ସେପଟେ ଗୁଜୁରାଟରୁ ଆଣିଥିବା ତାଙ୍କର ସାଥୀ କୋଟି କୋଟି ଉଠାଇଛି । ଅଫିସର ଥକି ପଡ଼ିଛନ୍ତି, ବିଶ୍ବାସ ଭାଙ୍ଗି ଯାଇଛି, ଗଣତନ୍ତ୍ର କାନ୍ଦୁଛି ।
ରାହୁଲ ଗାନ୍ଧି ପୂର୍ବରୁ ବି ମୋଦିଙ୍କୁ ଟାର୍ଗେଟ୍ କରି ଆସୁଛନ୍ତି । ନିଜର ନିର୍ବାଚନୀ ସଭାରେ ରାହୁଲ ରାଫେଲ୍ ଡିଲ୍, ବିଜୟ ମାଲ୍ୟା ଓ ନିରବ ମୋଦି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାତାର ଆକ୍ରମଣ କରୁଛନ୍ତି ।