ଆଫଗାନିସ୍ତାନରୁ ସ୍ବଦେଶ ଫେରିଲେ ୨୫ ଜଣ ଶିଖ, ସାଙ୍ଗରେ ଆଣିଥିବା ଗୁରୁ ଗ୍ରନ୍ଥ ସାହେବଙ୍କୁ ମୁଣ୍ଡରେ ଆଣିଲେ କେନ୍ଦ୍ରମନ୍ତ୍ରୀ ହରଦୀପ୍ ସିଂହ ପୁରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ତାଲିବାନ ଆତଙ୍କରୁ ରକ୍ଷା ପାଇବା ପାଇଁ ଭାରତୀୟ ମାନଙ୍କୁ ଆଣିବା ପ୍ରକ୍ରିୟା ଜାରି ରହିଛି। ଆଜି ୨୫ ଜଣ ଭାରତୀୟଙ୍କ ସମେତ ୭୮ ଜଣକୁ ନେଇ ଆଫଗାନିସ୍ତାନରୁ ସ୍ବଦେଶ ଫେରିଛି ଏୟାର ଇଣ୍ଡିଆ ବିମାନ (AI 1956)। ଏହା ସଙ୍ଗେ ସଙ୍ଗେ ପବିତ୍ର ଗୁରୁ ଗ୍ରନ୍ଥ ସାହେବଙ୍କ ତିନି ପ୍ରତିଲିପି ମଧ୍ୟ ଭାରତ ଫେରିଛି। ଯାହାକୁ କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ ଏବଂ ବିଜେପି ନେତା ଆର.ପି. ସିଂ ସେମାନଙ୍କୁ ଗ୍ରହଣ କରିବାକୁ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚି ଥିଲେ ।

ତେବେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଗୁରୁ ଗ୍ରନ୍ଥ ସାହେବଙ୍କ କପିକୁ ସେ ଖାଲି ପାଦରେ ଚାଲି ଚାଲି ମୁଣ୍ଡରେ ବୋହି ଆଣିଥିଲେ । ଏହାସହ ମୁଖରେ ଶୁଣିବାକୁ ମିିଳିଥିଲା ସତ ନାମ ଶ୍ରୀ ଓ୍ୱାହେଗୁରୁ । ଏହାପୂର୍ବରୁ ଶିଖ ସମ୍ପ୍ରଦାୟର ଲୋକମାନଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଆଫଗାନିସ୍ତାନରୁ ଫେରୁଥିବା ଲୋକଙ୍କୁ ସ୍ୱାଗତ କରିବା ପାଇଁ ବହୁ ସଂଖ୍ୟାରେ ଲୋକ ପତାକା, ବ୍ୟାନର ଏବଂ ପୋଷ୍ଟର ଧରି ପହଞ୍ଚି ଥିଲେ। ଆଫଗାନିସ୍ତାନରୁ ଆସିଥିବା ଗୁରୁ ଗ୍ରନ୍ଥ ସାହେବଙ୍କର ଏହି ତିନୋଟି କପି ଦିଲ୍ଲୀର ନୂଆ ମହାବୀର ନାଗର ଗୁରୁଦ୍ୱାରରେ ରଖାଯିବ। 

ସୂଚନାଯୋଗ୍ୟ ଯେ ଗତକାଲି କିଛି ଭାରତୀୟମାନଙ୍କୁ କାବୁଲରୁ ଦୁଶାନବେକୁ ଅଣାଯାଇଥିଲା।  ଆଫଗାନିସ୍ତାନ ଶିଖ ଏବଂ ହିନ୍ଦୁ ପରିବାର ମଧ୍ୟ ଦୁଶାନବେରରୁ ଭାରତୀୟଙ୍କ ସହ ଭାରତ ଫେରିଛନ୍ତି। ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ସ୍ଥିତି ଖରାପ ହେବା ମଧ୍ୟରେ ଭାରତୀୟ ସରକାରଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିଜ ଦେଶର ନାଗରିକଙ୍କ ବ୍ୟତୀତ ଭାରତ ସରକାର ମଧ୍ୟ ଆଫଗାନିସ୍ତାନ ଶିଖ ଏବଂ ହିନ୍ଦୁମାନଙ୍କୁ ଫେରାଇ ଆଣିଛନ୍ତି। 

Related Posts