ଅହମଦାବାଦର ଏକ ସଂସ୍ଥାରୁ ୨୪ କରୋନା ପଜିଟିଭ୍‌ ଚିହ୍ନଟ, ଏନ୍‌ଆଇଡିରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍

ଅହମଦାବାଦ: ଦେଶରେ ଏବେ କରୋନା ସଂକ୍ରମଣ ବଢୁଥିବା ବେଳେ, ଯାହାକୁ ନେଇ ଭୟ ଦେଖା ଦେଲାଣି | ସେପଟେ ଗୁଜରାଟ ଅହମଦାବାଦ ସ୍ଥିତ ନ୍ୟାସନାଲ ଇଷ୍ଟିଚ୍ୟୁଟ୍ ଅଫ ଡିଜାଇନରେ ୨୪ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୧୭୮ ଜଣଙ୍କୁ ସଂଗରୋଧରେ ରଖାଯାଇଛି ।

ଅହମଦାବାଦ ନଗର ନିଗମ ଏହି କାରଣରୁ ଏନ୍‌ଆଇଡିରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । ଏନ୍‌ଆଇଡିର ଛାତ୍ରଛାତ୍ରୀମାନେ ଗୁରୁତର ଅଛନ୍ତି । ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଗୁଜରାଟର କୌଣସି ଶିକ୍ଷା ଅନୁଷ୍ଠାନରେ ପ୍ରଥମ ଥର ପାଇଁ ଏତେ ପରିମାଣରେ କୋଭିଡ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଗାନ୍ଧୀନଗରରେ ଗୁଜରାଟ ନ୍ୟାସନାଲ ଲ’ ୟୁନିଭରସିଟିରେ ଗତମାସ ୧୬୨ ଜଣ କରୋନା ପଜିଟିମ ଚିହ୍ନଟ ହୋଇଥିଲେ । ଏବେ ଜିଏନ୍‌ଏଲୟୁ କୋଭିଡ ମୁକ୍ତ ଅଛି । ଗୁଜରାଟ ସମେତ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ କରୋନା ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୭ ତାରିଖରେ ଦେଶରେ ୪ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ମେ’ ୮ ତାରିଖରେ ଏହି ସଂଖ୍ୟା ୩୪୫୧ ।

ସେହିପରି ଆଜି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି 3,207 ଜଣ ନୂଆ COVID-19 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଗତକାଲି ତୁଳନାରେ କମ୍ ରହିଛି । ସେହିପରି ଦିନକରେ ଦେଶରେ 29 ଜଣ କୋରୋନା ସଂକ୍ରମିତ ଆଖି ବୁଜିଛନ୍ତି ଓ 3,410 ଜଣ ସୁସ୍ଥ ହୋଇଛନ୍ତି ।

Related Posts