ପଞ୍ଜାବର ଅମୃତସରକୁ ଡ୍ରୋନ୍‌ ମାଧ୍ୟମରେ ହେଉଥିଲା ହେରୋଇନ ଚାଲାଣ: ଗୁଳିମାରି ଖାସାଇ ଦେଲା ବିଏସଏଫ

ଚଣ୍ଡିଗଡ଼:ବିଏସଏଫ ଯବାନ ଙ୍କୁ ସଫଳତା | ସୋମବାର ପାକିସ୍ତାନ ପଟରୁ ଭାରତ ମୁହାଁହୋଇ ଆସୁଥିବା ଏକ ଡ୍ରୋନ୍‌କୁ ମାରି ଖାସାଇଦେଇଛନ୍ତି ବିଏସଏଫ ଯବାନ । ତେବେ ଏହି ଡ୍ରୋନ୍‌ ମାଧ୍ୟମରେ ହେରୋଇନ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି | ଏହି ନିଷିଦ୍ଧ ନିଶାଦ୍ରବ୍ୟ ପଞ୍ଜାବର ଅମୃତସରକୁ ଚାଲାଣ ହେଉଥିବା ବିଏସଫ ପକ୍ଷରୁ ସୂଚନା ମିଳିଛି।

ଏହି ଡ୍ରୋନ୍‌ରୁ ୯ ପ୍ୟାକେଟ ହେରୋଇନ୍ ମିଳିଥିବା ବିଏସଫ ପକ୍ଷରୁ ସୂଚନା ମିଳିଛି। ସୀମାରେ ଏହି ନିଷିଦ୍ଧ ନିଶା କାରବାର ହେଉଥିବା ବେଳେ ବିଏସଏଫ ପକ୍ଷରୁ ପଣ୍ଡ କରି ଦିଆଯାଇଛି। ପାକିସ୍ତାନ ପକ୍ଷରୁ ଡ୍ରୋନ୍‌ଟି ସୀମା ଦେଇ ଭାରତ ପ୍ରବେଶ କରୁଥିବା ବେଳେ ବିଏସଏଫ ପକ୍ଷରୁ ଗୁଳି କରାଯାଇଥିଲା ।

ଡ୍ରୋନ୍‌ଟି ତଳେ ଖସିବା ପରେ ଯାଞ୍ଚ କରାଯାଥିଲା। ତଦନ୍ତ ବେଳେ ଉକ୍ତ ଡ୍ରୋନ୍‌ରେ ୯ଟି ପ୍ୟାକେଟରେ ୧୦.୬୭୦ କେଜି ହେରୋଇନ ଜବତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ସ୍ଥାନୀୟ ପୁଳିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି |

ଅନେକ ସମୟରେ ନିଶା ବେପାରୀ ଚୋରା ଚାଲାଣ କରୁଥିବା ବେଳେ, ଭାରତୀୟ ଯବାନ ଓ ପୋଲିସ କୁ ସଫଳତା ମିଳୁଛି | ନିଶା ବେପାରୀଙ୍କ ଉଦ୍ୟମକୁ ପଣ୍ଡ କରି ଦେଉଛନ୍ତି |

Related Posts