ଉତ୍ପାଦନର ୩୦ ପ୍ରତିଶତ ବିଜୁଳି ବେଦାନ୍ତ କମ୍ପାନୀ ଗ୍ରିଡ୍‍କୋକୁ ପ୍ରଦାନ କରିବ , ବିଧାନସଭାରେ ସୂଚନା ଦେଲେ ମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନିଜ କାରଖାନା ଗୁଡ଼ିକରୁ ଉତ୍ପାଦିତ ହେଉଥିବା ୩୦ ପ୍ରତିଶତ ବିଜୁଳି ବେଦାନ୍ତ କମ୍ପାନୀ ଗ୍ରିଡ୍‍କୋକୁ ପ୍ରଦାନ କରିବ । ଏଥିପାଇଁ ୨୫ବର୍ଷ ପାଇଁ ଏକ ଦୀର୍ଘମିଆଦୀ ରାଜିନାମା କରାଯାଇଛି । ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର।

ବେଦାନ୍ତ କମ୍ପାନୀ ସହିତ ବିଦ୍ୟୁତ୍‍ ଉତ୍ପାଦନ ନେଇ ହୋଇଥିବା ରାଜିନାମା ସମ୍ପର୍କରେ ବିଜେପି ବିଧାୟିକା କୁସୁମ ଟେଟେ ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସୂଚନା ମୁତାବକ ରାଜ୍ୟ ସରକାର ବେଦାନ୍ତ କମ୍ପାନୀ ସହିତ ୨୪୦୦ ମେଗାୱାଟ ବିଜୁଳି ଉତ୍ପାଦନ ପାଇଁ ୨୦୦୬ ମସିହାରେ ଚୁକ୍ତିନାମା କରିଥିଲେ ।

ରାଜ୍ୟ ସରକାରଙ୍କ ବେଦାନ୍ତ କମ୍ପାନୀ ସହିତ ହୋଇଥିବା ଏହି ଚୁକ୍ତିନାମା ଅନୁସାରେ ବେଦାନ୍ତ ଗ୍ରିଡ୍‍କୋକୁ ୩୦ ପ୍ରତିଶତ ବିଦ୍ୟୁତ୍‍ ଯୋଗାଇବାପାଇଁ ଏକ ଦୀର୍ଘମିଆଦି ଚୁକ୍ତନାମା ହୋଇଛି । ଏହି ଚୁକ୍ତିନାମା ୨୦୧୦ ରେ ସ୍ୱାକ୍ଷରିତ ହୋଇଥିଲା ଏବଂ ଏହା ୨୫ବର୍ଷ ପର୍ଯ୍ୟନ୍ତ ବୈଧ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଚୁକ୍ତି ଅନୁସାରେ ଗ୍ରିଡ୍‍କୋକୁ ବେଦାନ୍ତ ତାହାର ଦ୍ୱିତୀୟ ୟୁନିଟ୍‍ରୁ ଉତ୍ପାଦିତ ସମସ୍ତ ବିଜୁଳି ପ୍ରଦାନ କରିବ ।

Related Posts