ମହାରାଷ୍ଟ୍ର ହସ୍ପିଟାଲରେ ପୁଣି ଅଗ୍ନିକାଣ୍ଡ, ୪ ରୋଗୀଙ୍କ ମୃତ୍ୟୁ, ୫ ଦିନ ତଳେ ୧୫ ଜଣ ମୃତ୍ୟୁବରଣ କରିଥିଲେ

maharastra

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦିନକୁ ଦିନ ମହାରାଷ୍ଟ୍ରରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରିସ୍ଥଳେ ଏକ ଘରୋଇ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଏପରି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ନିଆଁ ଲାଗିବା ପରେ ରୋଗୀମାନଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରୁଥିବା ସମୟରେ ଏପରି ଘଟିଥିବାର ସୂଚନା ମିଳିଛି । ତେବେ ମହାରାଷ୍ଟ୍ରର ପ୍ରାଇମ କ୍ରିଟିକେୟାର ହସ୍ପିଟାଲରେ ନିଆଁ ଲାଗିବା ଫଳରେ ପ୍ରଥମ ମହଲା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଡାକ୍ତରଖାନାରେ କୈଣସି କରୋନା ସଂକ୍ରମିତ ନଥିଲେ ବୋଲି ହସ୍ପିଟାଲ କତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି ବୋଲି ସୂଚନା ମିଳିଛି । ଏଥିରେ ଥାନେ ମୁନିସିପାଲ କର୍ପୋରେସନର ଅଧିକାରୀ, ପୁଲିସ ଏବଂ ଡାକ୍ତରୀ କର୍ମଚାରୀ ରହିବେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଏବଂ ଆହତଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଦିଆଯିବ ବୋଲି କହିଛନ୍ତି । ଏହା ପୂର୍ବରୁ ପାଲଘର ଜିଲ୍ଲା ବିରସ୍ଥିତର ଏକ ଘରୋଇ ହସ୍ପିଟାଲର ଇଣ୍ଟେନ୍ସିଭ କେୟାର ୟୁନିଟରେ ଅଗ୍ନିକାଣ୍ଡରେ ୧୫ ଜଣ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଏହାର ଠିକ ପାଞ୍ଚ ଦିନ ପରେ ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି ।

Related Posts