ଭୁବନେଶ୍ୱର,୨୭/୮(ସତ୍ୟପାଠ ବ୍ୟୁରୋ): ବିଜେପି ପ୍ରାର୍ଥୀ ମମତା ମହନ୍ତ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଗତ ୨୧ ତାରିଖ ଦିନ ମମତା ମହନ୍ତ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ବିଧାନସଭାରେ ପହଞ୍ଚି ସାର୍ଟିଫିକେଟ ନେଇଛନ୍ତି ମମତା ମହନ୍ତ।
ଗତ ୨୨ ତାରିଖରେ ଓଡ଼ିଶାରେ ଖାଲି ପଡ଼ିଥିବା ଏକମାତ୍ର ଆସନ ପାଇଁ ୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେପି ଟିକଟରୁ ପୂର୍ବତନ ସାଂସଦ ମମତା ମହନ୍ତ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସ୍ୱାଧୀନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ନାମାଙ୍କନ ଭରିଥିଲେ। ଉଭୟଙ୍କ ପ୍ରାର୍ଥୀପତ୍ର କାଏମ ରହିଥିଲା। ଆଜି ସକାଳେ ଜଗନ୍ନାଥ ନିଜ ନାମାଙ୍କନପତ୍ର ପ୍ରତ୍ୟାହାର କରିଥିଲେ। ପାର୍ଟି ନିର୍ଦ୍ଦେଶରେ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ବୋଲି ଜଗନ୍ନାଥ ପ୍ରଧାନ କହିଥିଲେ। ଜଗନ୍ନାଥ ପ୍ରଧାନ ନାମାଙ୍କନ ପ୍ରତ୍ୟାହାର ପରେ ରାଜ୍ୟସଭାକୁ ନିର୍ନ୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ମମତା ମହନ୍ତ।
ସୂଚନାଯୋଗ୍ୟ, ନିକଟରେ ସେ ବିଜେଡି ଦଳରୁ ଓ ରାଜ୍ୟସଭା ପଦରୁ ଇସ୍ତଫା ଦେବା ସହ ବିଜେପି ଦଳରେ ସାମିଲ ହୋଇଥିଲେ। ବିଜେଡିରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଦଳ ଛାଡିଥିଲେ ଟାଣୁଆ ନେତ୍ରୀ ମମତା। ଏହାପରେ ବିଜେପିରେ ସାମିଲ ହେବା ସହ ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ।





