ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ ଜେନା । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପଦବୀରୁ ଇସ୍ତଫା ଦେଇଥିବା ଜଣାପଡିଛି । ଏନେଇ ଶକ୍ତି ବିଭାଗ ପକ୍ଷରୁ ସୋମବାର ଏକ ଅଧିସୂଚନା ଜାରି କରାଯାଇଛି ।
ପ୍ରଦୀପଙ୍କ ଇସ୍ତଫାକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ରାଜ୍ୟପାଳଙ୍କ ଆଦେଶ କ୍ରମେ ଇସ୍ତଫାକୁ ଗ୍ରହଣ କରାଯାଇଥିବା ବେଳେ,୨୦୨୬ ମେ ୨୫ରେ ପ୍ରଦୀପ ପଦ ଛାଡ଼ିବାକୁ ଅନୁମତି ପାଇଛନ୍ତି ।
ଜଣେ ଅବସରପ୍ରାପ୍ତ ଆଏଏଏସ ଅଧିକାରୀ ଭାବେ ପ୍ରଦୀପ କୁମାର ଜେନା ଓଇଆରସିର ଅଧ୍ୟକ୍ଷ ଭାବେ ରାଜ୍ୟର ବିଦ୍ୟୁତ ବିତରଣ ଏବଂ ଶୁଳ୍କ ପରିଚାଳନା ସମ୍ବନ୍ଧୀୟ ନିୟାମକ ତଥା ନୀତିଗତ ବିଷୟ ଗୁଡିକର ତଦାରଖ କରୁଥିଲେ ।
