ବାରିପଦା(ସତ୍ୟପାଠବ୍ୟୁରୋ) : ବାଲେଶ୍ବର ଜିଲ୍ଲା ନୀଳଗିରି କପ୍ତିପଦା ତେଲିପାଳ ନିକଟରେ ପୋଲତଳକୁ ବାଇକ ଖସି ପଡ଼ିବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଔପଦା ଖୁମକୁଟ ଗାଁର ଦିଲୀପ ସୋରେନ ଓ ନରେନ୍ଦ୍ର ମୁର୍ମୁ । ଉଭୟ ଉଦଳାରୁ ବାଇକ୍ରେ ଫେରିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।
