ମାଲକାନଗିରି, : ଫେରିଵାଲା ନାଁରେ ଚାଲିଥିଲା ଗଞ୍ଜେଇ ବେପାର। କମ୍ବଳ ଭିତରୁ ଶହେ କେଜି ଗଂଜେଇ ଜବତ କରାଯାଇଥିବାବେଳେ ପୋଲିସ ୩ ଫେରିବାଲା ସମେତ ୪ଜଣଙ୍କୁ ଗିରଫ କରିଛି। ଦିନରେ ଗାଁ ଗାଁ ବୁଲି କମ୍ବଳ ବିକ୍ରି କରୁଥିବା ବେଳେ କମ୍ବଳ ଭିତରେ ଗଂଜେଇ ବେପାର କରି ଧରା ପଡିଛନ୍ତି ଉତ୍ତର ପ୍ରଦେଶର ୩ଜଣ ଫେରିବାଲା ।  ଗିରଫ ୩ଜଣ ଫେରିବାଲା ହେଲେ ଉତ୍ତର ପ୍ରଦେଶର ମହମଦ ଜିସାନ, ଅଫତାବ ଅଲି ଓ ଅରମାନ ଖାନ ବୋଲି ଜଣା ପଡିଛି ।  ଏଥି ସହିତ ସ୍ଥାନୀୟ ଦରବାଗୁଡା ଗାଁର ଇର୍ମା ପଡିଆମୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଶହେ କେଜି ଗଂଜେଇ ଜବତ କରିଛି କାଲିମେଳା ପୋଲିସ।  ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି କାଲିମେଳା ପୋଲିସ ସୂତ୍ରରୁ ଜଣା ପଡିଛି। ଫେରିବାଲାଙ୍କ ନିକଟରୁ ୩ଟି ବାଇକ ମଧ୍ୟ ଜବତ କରା ଯାଇଥିବାର ସୂଚନା ମିଳିଛି।