ରାଇରଙ୍ଗପୁର: ବିଜେପି ସରକାରର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ଦେଇ କହଛନ୍ତି ଯେ, ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂରଣ କରିଛି। ୨ ବର୍ଷରେ ମହାପୁରୁଷଙ୍କ ସ୍ବପ୍ନ ପୂରଣ ପାଇଁ ସରକାର ଅନେକ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି। ରାଷ୍ଟ୍ରପତିଙ୍କୁ ଆଜିର ଜନ୍ମଦିନ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମୟୂରଭଞ୍ଜ ଝିଅ ଆଜି ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ। ରାଷ୍ଟ୍ରପତିଙ୍କ ଗାଁକୁ ଆସି ଶୁଭକାମନା ଜଣାଇବାର ସୁଯୋଗ ମିଳିଛି। ରାଷ୍ଟ୍ରପତି ବନାଇଥିବା ସ୍କୁଲ ଯାଇ ପିଲାଙ୍କ ସହ ମିଶିଲି। ପିଲାମାନେ ଆଜି ରାଷ୍ଟ୍ରପତି ନୁହେଁ, ସେମାନଙ୍କ ମାଆ ଆସିଥିବା କହିଲେ। ପାହାଡ଼ପୁରକୁ ‘ସୂର୍ଯ୍ୟଗ୍ରାମ’ ଭାବେ ନିର୍ମାଣ କରିବାର ପ୍ରତିଶ୍ରୁତି ଦେଉଛି। ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ, ଲୋକେ ମାଗଣା ସେବା ପାଇବେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ବିକାଶ ଦ୍ରୁତ ଗତିରେ ବଢ଼ୁଛି। ସବୁ କ୍ଷେତ୍ରରେ ଓଡ଼ିଶାର ବିକାଶ ପାଇଁ ପୁଞ୍ଜି ଆସି ଚାଲିଛି ଓ ଆଗକୁ ଏହି ଧାରା ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।